ବାବ୍ରୀ ମସଜିଦ୍ ଭଙ୍ଗା ମାମଲା ! ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେଲେ ଆଡଭାନୀ, ଯୋଶୀ ଓ ଉମାଭାରତୀ

38

କନକ ବ୍ୟୁରୋ : କୋର୍ଟରେ ହାଜର ହେଲେ ଲାଲକୃଷ୍ଣ ଆଡଭାନୀ । ମୁରଲୀ ମନୋହର ଯୋଶୀ, ଉମାଭାରତୀ, ବିନୟ କଟିୟାର ସମେତ ୧୧ ବିଜେପି ନେତା କୋର୍ଟରେ ହାଜର ହୋଇଛନ୍ତି । ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟରେ ଆଡଭାନୀ, ବିଜେପି ନେତାଙ୍କ ଛଡା ସିବିଆଇ କୋର୍ଟର ବିଚାରପତି ଏସକେ ଯାଦବ, ବିଶ୍ୱହିନ୍ଦୁ ପରିଷଦ ନେତା ବିଷ୍ଣୁ ହରି ଡାଲମିଆଁ ଓ ସ୍ୱାଧ୍ୱୀ ରୁତୁମ୍ଭରା ମଧ୍ୟ କୋର୍ଟରେ ହାଜର ହୋଇଛନ୍ତି । ଅଯୋଧ୍ୟା ବାବ୍ରୀ ମସଜିଦ ମାମଲାରେ ବିଜେପି ନେତାଙ୍କ ନାମରେ ଚାର୍ଜଫ୍ରେମ ହୋଇପାରେ ।

ସିବିଆଇ କୋର୍ଟରେ ବାବ୍ରୀ ମସଜିଦ ଭଙ୍ଗା ସଂପର୍କିତ ୨ଟି ଅଲଗା ଅଲଗା ମାମଲାର ଶୁଣାଣି କରୁଛନ୍ତି । ମହନ୍ତ ନୃତ୍ୟଗୋପାଳ ଦାସ, ମହନ୍ତ ରାମବିଳାସ ବେଦାନ୍ତୀ, ପ୍ରେମଜୀ, ଚଂପତ ରାୟ ବନସଲ, ମହନ୍ତ ଧର୍ମଦାସ ଓ ସତୀଶ ପ୍ରଧାନଙ୍କୁ ବାବ୍ରୀ ମସଜିଦ ଭଙ୍ଗା ଘଟଣାର ଅନ୍ୟ ମାମଲାରେ କୋର୍ଟରେ ହାଜର ହେବେ । ସୁପ୍ରିମକୋର୍ଟ ଅପ୍ରେଲ ୧୯ ତାରିଖରେ ଆଡଭାନୀ, ମୁରଲୀମନୋହର ଯୋଶୀ, ଉମାଭାରତୀ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ଅପରାଧିକ ଷଡଯନ୍ତ୍ର ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।