ଶାକାହାରୀ କୁମ୍ଭୀର ! ୧୫୦ବର୍ଷ ଧରି କରୁଛନ୍ତି ମନ୍ଦିରର ଦେଖାଶୁଣା ! ଫଟୋ ସୋସିଆଲ ମିଡିଆରେ ଭାଇରାଲ

73

ଜଙ୍ଗଲୀ ଜନ୍ତୁ କେବେ କାହାକୁ ଛାଡନ୍ତି ନାହିଁ , ଯାହାକୁ ପାଆନ୍ତି ତାଙ୍କର ଶୀକାର ବନାନ୍ତି । ଏଠାରେ ଆମେ କୁମ୍ଭୀର ବିଷୟରେ କହୁଛୁ ଯେ, କଥାରେ ଅଛି ପାଣିରେ ଘର କରି , କୁମ୍ଭୀର ସହ ଦ୍ୱେଷ କରିବା ଉଚିତ ନୁହେଁ । ଏପରି ସ୍ୱଭାବ ଅନେକ ଜୀବଜନ୍ତୁଙ୍କ ମଧ୍ୟରେ ଦେଖାଯାଇଥାଏ । କୁମ୍ଭୀର ଦେଖିବାକୁ ଯେପରି ଭୟଙ୍କର ସେହିଭଳି ନିର୍ମମ ମଧ୍ୟ । ସେହିଭଳି କୁମ୍ଭୀର ସମ୍ବନ୍ଧୀୟ ଏକ ସତ୍ୟ ଘଟଣା ଆମେ ଆପଣଙ୍କୁ କହୁଛୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏକ ଭିନ୍ନ ଧରଣର କୁମ୍ଭୀର । ଯିଏକି ଜଗୁଛି ମନ୍ଦିର । ଏକଥା ବିଶ୍ୱାସ ନହେଲେ ସତ । ସେହି ଜୀବଟି ମନ୍ଦିରର ପ୍ରସାଦସେବନ କରି ଭରୁଛି ନିଜ ପେଟ । ଡେଲିହଣ୍ଟରେ ପ୍ରକାଶିତ ଖବର ଅନୁସାରେ ,ଘଟଣାଟି ହେଉଛି କେରଳସ୍ଥିତ ଅନନ୍ତପୁର ଲେକ୍ ଟେମ୍ପଲର । ସେହିଠାରେ ବାସ କରୁଛି ଏକ କୁମ୍ଭୀର ଯାହାର ନା’ ହେଉଛି ବବିୟା । ଏହା କୌଣସି କାଳ୍ପନିକ ଆଧାର କାହାଣୀ ନୁହେଁ ଏଥିରେ ସତ୍ୟତା ରହିଛି । ଏହି ଘଟଣା ଏକ କୁମ୍ଭୀର ଉପରେ ଆଧାରିତ ।

ଏଠାରେ ଥିବା ଲୋକଙ୍କ କହିବାନୁସାରେ ବବିୟା ନାମକ କୁମ୍ଭୀର ଅନେକ ବର୍ଷ ଧରି ମନ୍ଦିରର ସୁରକ୍ଷା କରିଆସୁଛି । ବବିୟାର ଅତ୍ୟନ୍ତ ସରଳ ସ୍ୱଭାବର ଅଟେ ଏବଂ ସଂପୂର୍ଣ୍ଣ ଭାବେ ଏହି କୁମ୍ଭୀର ଶାକାହାରୀ ଅଟେ ।୧୫୦ବର୍ଷ ଧରି ଏହି ପୋଖରୀରେ କୁମ୍ଭୀର ଦେଖାଯାଉଛନ୍ତି , ମାତ୍ର ଥରକେ ଗୋଟିଏ ହିଁ କୁମ୍ଭୀର ଦେଖାଯା’ନ୍ତି । ଏକାସାଙ୍ଗେ ସମସ୍ତ କୁମ୍ଭୀର ଦେଖାଯାଇନଥା’ନ୍ତି । କେବଳ ସେତିକି ନୁହେଁ ଗୋଟିଏ କୁମ୍ଭୀର ମରିବା ପରେ ଅନ୍ୟଟି ଆପେ ଆସିଯାଇଥାଏ ।

ଏଠାରେ ଆମେ ଆପଣଙ୍କୁ କହିରଖୁଛୁଯେ, ସେହି କୁମ୍ଭୀରର ସ୍ୱତନ୍ତ୍ର ସମୟ ମଧ୍ୟ ରହିଛି ଯେଉଁ ସମୟରେ ସେ ପ୍ରସାଦ ସେବନ କରିବାକୁ ଆସିଥାଏ । ଶୁଣିଲେ ଅବଶ୍ୟ ଆଶ୍ଚର୍ଯ୍ୟ ଲାଗୁଛି ମାତ୍ର ପ୍ରକୃତିର ଏଭଳି ଅପୂର୍ବ ଦୃଶ୍ୟକୁ ନେଇ ଅନେକ ଭିଡିଓ ଏବଂ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।