ଗୀତରେ ଜିଏସଟି ! ବାବା ସହଗଲ୍ ଲଂଚ କଲେ ଗୀତ !

35

ରାପର – ସଂଗୀତ ନିର୍ଦ୍ଦେଶକ ଭାବେ ଖୁବ୍ ଚର୍ଚ୍ଚିତ ବାବା ସହଗଲ୍ । ଏବେ ଚର୍ଚ୍ଚିତ ଜିଏସଟି ଉପରେ ଲଂଚ କରିଛନ୍ତି ଏକ ରାପ୍ ଗୀତ । ଏହା ଏବେ ସାଜିଛି ଆଲୋଚିତ । ଜିଏସଟି ଭାରତର ସ୍ୱାଧୀନତା ପରେ ବଡ ସୁଧାର ଅଟେ । ଆଉ ଏହାକୁ ଗୀତରେ ଏକ ଅଭିନବ ଶୈଳୀରେ ସଜାଇଛନ୍ତି ସହଗଲ୍ ।

ସହଗଲ , ଶନିବାର ୟୁଟ୍ୟୁବ୍ ରେ ଗୀତ ଲଂଚ କରିଛନ୍ତି ଏବଂ ଟ୍ୱିଟ୍ କରି କହିଛନ୍ତି , ‘ ଜିଏସଟି ହୋଇଗଲା ଲାଗୁ , ଏବେ ଲୋକେ କିଛି ସଚ୍ଚୋଟତା ଦେଖାନ୍ତୁ । ଦେଶ ଆଗେଇବ ବିକାଶ ଦିଗରେ’ । ନିକଟରେ ଫିଲ୍ମ ‘ବ୍ୟାଙ୍କ୍ ଚୋର୍’ ରେ ନଜର ଆସିଥିଲେ । ସେ ଫିଲ୍ମ ପାଇଁ  ‘ବାଏ , ବାବା ଓ ବ୍ୟାଙ୍କ୍ ଚୋର୍ ଗୀତ ’ ଲେଖିଛନ୍ତି । ଏହାକୁ ସଂଗୀତ ମଧ୍ୟ ଦେଇଛନ୍ତି ନିଜେ ସହଗଲ ।

ଦେଖନ୍ତୁ ଏହି ଭିଡ଼ିଓ –