ବିବାଦୀୟ ବାବା ସାରଥୀଙ୍କ ଫଟୋରୁ ନେଇ ଉତେଜନା : ଟାଙ୍ଗୀ ଜରିପଡାରେ ପୂଜା ଓ ପ୍ରବଚନକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ

45

କନକ ବ୍ୟୁରୋ : ଜେଲରେ  ବିବାଦୀୟ ବାବା ସାରଥୀ ଓରଫ ସନ୍ତୋଷ ରାଉଳ। ବାବାଙ୍କ ନାଁରେ ଲାଗିଛି ସାଂଘାତିକ ଅଭିଯୋଗ। ମାମଲା ଏତେ ସଂଗିନ୍ ଯେ, ସନ୍ତୋଷ ରାଉଳଙ୍କୁ ବେଲ୍ ମିଳୁନି। ଫଳରେ ବାବାଙ୍କ ବାସସ୍ଥାନ ପାଲଟିଛି ଚୌଦ୍ୱାର ଜେଲ।

ବାବା ଯେତେ କାରନାମା କଲେ ବି ଏବେ ବି ଅନୁଗତଙ୍କ ହୃଦୟ ଭିତରେ ରହିଛନ୍ତି। ବାବାଙ୍କ ପାଇଁ ଆସନ କରି ଅନୁଗତ ଚଳାଇଛନ୍ତି ପ୍ରବଚନ। ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ବେହେରା ସାହିର ଶିବ ମନ୍ଦିର ନିକଟରେ ଜୋରସୋରରେ ଚାଲିଥିଲା ପ୍ରବଚନ। ତା ପୁଣି ବାବା ସାରଥୀଙ୍କର । ଯାହାକୁ ନେଇ ଗାଁ ଭିତରେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି।

ଜରିପଡାର ପଦ୍ମ ବେହେରା ଓ ଚିନ୍ତାମଣି ବେହେରାଙ୍କ ପରିବାର ଏବେ ବି ସାରଥୀଙ୍କ ପୂଜାର୍ଚ୍ଚନା କରୁଥିଲେ। ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ଉତେଜନା ଦେଖାଦେଇଛି। ଖବର ପାଇଁ ଟାଙ୍ଗୀ ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି।