ସାରଥୀଙ୍କ ଜାମିନ ଆବେଦନ ମାମଲା ! ସୋମବାର ଦିନ ସୁପ୍ରିମକୋର୍ଟ ନେବେ ଚୂଡାନ୍ତ ନିଷ୍ପତ୍ତି

27

କନକ ବ୍ୟୁରୋ: ସୋମବାର ଦିନ ସୁପ୍ରିମକୋର୍ଟ କରିବେ ଚୂଡାନ୍ତ ଶୁଣାଣି । ସାରଥୀଙ୍କ ଜାମିନ ଆବେଦନ ମାମଲା ନେଇ ଏହା ଆଜି କୋର୍ଟ କହିଛନ୍ତି । ଦୀର୍ଘ ୨ ବର୍ଷ ଧରି ଜଣେ ବ୍ୟକ୍ତି ଜେଲରେ ଥିବା ବେଳେ ତାଙ୍କୁ କାହିଁକି ଜାମିନ ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ତେବେ ରାଜ୍ୟ କ୍ରାଇମ ବ୍ରାଂଚ ପକ୍ଷରୁ ଲଢୁଥିବା ଆଇନଜୀବୀ ଅଧିକ ସପ୍ତାହେ ସମୟ ମହଲତ ମାଗିଥିବା ବେଳେ ମାମଲାର ବିଚାର କରୁଥିବା ଜଷ୍ଟିସ ଗୋଗଇ ଓ ଜଷ୍ଟିସ ସିହ୍ନାଙ୍କ ବେଂଚ ବିରକ୍ତ ପ୍ରକାଶ କରିଥିବା ଜଣାପଡିଛି ।