ବିଦେଶୀ ବଜାରରେ ସ୍ୱଦେଶୀ ଜିନ୍ସ : ବଢିଲା ରାମଦେବଙ୍କ ବେପାର ସାମ୍ରାଜ୍ୟ

25

ଖାଦ୍ୟ ପରେ ବସ୍ତ୍ରର ପାଳି । ତେଲ, ସାବୁନ, ବିସ୍କୁଟ ଭଳି ଘରୋଇ ସମାଗ୍ରୀ ନିର୍ମାଣ କରି ଘରେ ଘରେ ପହଂଚେଇବା ପରେ ବାବା ରାମଦେବଙ୍କ ପତଞ୍ଜଳୀ, ଏଣିକି ଗାରମେଂଟ୍ ଉତ୍ପାଦ ପ୍ରସ୍ତୁତ କରିବ । ଚଳିତବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତାବର୍ଷ ପ୍ରଥମରୁ ବଜାରକୁ ଆସିବ ପତଞ୍ଜଳୀ ଜିନ୍ସ। ଯୁବପୀଢ଼ିଙ୍କ ମଧ୍ୟରେ ଜିନ୍ସର ଚାହିଦାକୁ ଦୃଷ୍ଟିରେ ରଖି ପତଞ୍ଜଳୀ ବଜାରକୁ ଆଣିବାକୁ ଯାଉଛି ସ୍ୱଦେଶୀ ଜିନ୍ସ,ଏହି ସୂଚନା ଦେଇଛନ୍ତି ଖୋଦ୍ ରାମଦେବ ।

ପତଞ୍ଜଳୀ ସାମଗ୍ରୀକୁ ବିଦେଶ ବଜାରରେ ଲୋକପ୍ରିୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି କଂପାନୀ । ଆଗାମୀ ଦିନରେ ପାକିସ୍ତାନ ଏବଂ ବାଂଲାଦେଶ ଭଳି ରାଜ୍ୟରେ ମଧ୍ୟ ପତଞ୍ଜଳୀ ସାମଗ୍ରୀ ଉପଲବ୍ଧ କରିବାକୁ ଯୋଜନା ରହିଛି । ବର୍ତମାନ କାନାଡ଼ା ଏବଂ ସାଉଦି ଆରବିଆ ଭଳି ଦେଶରେ ପତଞ୍ଜଳୀ ବ୍ୟବସାୟ ଆରମ୍ଭ କରି ଦେଇଛି ।ଏହି ଜିନ୍ସ ବଜାରକୁ ଆସିବା ପରେ ବାବା ରାମଦେବ ନିଜକୁ ଜଣେ ଭଲ ବ୍ୟବସାୟୀ ପ୍ରମାଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।