ଏକଜିଟ୍ ପୋଲର ଫଳାଫଳ ପରେ ଚର୍ଚ୍ଚାରେ ବାବା ରାମଦେବଙ୍କ ଟ୍ୱିଟ୍ : ଲେଖିଲେ, ସତ୍ୟ ସିଦ୍ଧ ହେଉଛି ବେଦ ଓ ଋଷିଙ୍କ କଥା

418

ସାଧାରଣ ନିର୍ବାଚନର ଏକଜିଟ୍ ପୋଲର ପରିଣାମ ସାମନାକୁ ଆସିବା ପରେ ବାବା ରାମଦେବଙ୍କ ଏକ ଟ୍ୱିଟ୍ ବହୁତ ଚର୍ଚ୍ଚାରେ ରହିଛି । କାଳି ଲାଗିଥିବା ଆଙ୍ଗୁଠି ଦେଖାଇ ସେ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି । । ଫଟୋ ସହିତ ବେଦ ଓ ଧର୍ମଗ୍ରନ୍ଥର କିଛି ଧାଡି ଲେଖି ସେ ଧର୍ମ ଓ ସତ୍ୟର ବିଜୟର ଆଧାର କହିଛନ୍ତି । ସେ ଲେଖିଛନ୍ତି ବେଦ ଓ ଋଷିଙ୍କ କଥା ହିଁ ସତ ସାବ୍ୟସ୍ତ ହେଉଛି । ସେ ସ୍ପଷ୍ଟ ଭାବେ କୌଣସି ଦଳର ନାମ ନେଇ ନଥିବାବେଳେ ତାଙ୍କ ପୋଷ୍ଟ କାହାକୁ ଆଡକୁ ଦର୍ଶାଉଛି ତାହା ସ୍ପଷ୍ଟ ଜଣାପଡୁଛି ।

୨୦୧୪ରେ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଥିବା ବାବା ରାମଦେବ ୨୦୧୯ରେ ବିଜେପି ପାଇଁ ପ୍ରଚାର କରିବାକୁ ମନା କରିଦେଇଥିଲେ । ୫ ବର୍ଷ ପୂର୍ବେ ନିଜ ସମର୍ଥକଙ୍କୁ ମୋଦିଙ୍କୁ ଭୋଟ୍ ଦେବାକୁ ଅପିଲ କରିଥିଲେ । କିନ୍ତୁ ଡିସେମ୍ବର ୨୦୧୮ରେ ବାବା ରାମଦେବ କହିଥିଲେ କି, “ଏବେ ରାଜନୈତିକ ସ୍ଥିତି ବହୁତ କଠିନ, ଆମେ କହିପାରିବାନି କି ଦେଶର ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବ । କିନ୍ତୁ ସ୍ଥିତି ବହୁତ ରୋଚକ ।”