ଅନଲାଇନ୍ ବଜାରରେ ଯୋଗଗୁରୁ ରାମଦେବଙ୍କ ଧମାକାଦାର ଏଂଟ୍ରି ! ଏଣିକି ଅନଲାଇନରେ ମିଳିବ ପତଞ୍ଜଳି ସାମଗ୍ରୀ

64

କନକ ବ୍ୟୁରୋ : ଇ-କମର୍ସ ବା ଅନଲାଇନ୍ ବଜାରରରେ ବାବା ରାମଦେବ ଧମାକାଦାର ଏଂଟ୍ରି ମାରିଛନ୍ତି । ଏଣିକି ଅନଲାଇନରେ ମିଳିବ ପଂତଞ୍ଜଳି ଉତ୍ପାଦ । ପଂତଞ୍ଜଳି ଉତ୍ପାଦକୁ ଅନଲାଇନରେ ବିକିବା ପାଇଁ ରାମ ଦେବ ଆମଜାନ, ଫ୍ଲିପକାର୍ଟ ଓ ଅନ୍ୟ ଅନଲାଇନ ସଂସ୍ଥା ସହ ଚୁକ୍ତି କରିଛନ୍ତି । ଏହି ଅଭିଯାନର ନାଁ ଦିଆଯାଇଛି ହରିଦ୍ୱାରରୁ ହର ଦ୍ୱାର ଯାଏଁ । ଅଭିଯାନକୁ ଆରମ୍ଭ କରି ରାମ ଦେବ କହିଛନ୍ତି-ଆଗାମୀ ଦିନରେ ଏବେ ପଂତଞ୍ଜଳି ନଟ ଫର ପ୍ରଫିଟ କମ୍ପାନୀ ଆଡକୁ ବଢିବ । ଏଥିପାଇଁ କମ୍ପାନୀ ଆଗାମୀ ଦିନରେ ଏକ ଲକ୍ଷ କୋଟି ଟଙ୍କା ଚ୍ୟାରିଟି କରିବ । ଏପରିକି ଦାନ ବି ନିଆଯିବ । ଆଗାମୀ ପଚାଶ ବର୍ଷରେ ଦୁନିଆକୁ ଜିତିବା ସ୍ୱପ୍ନ ନେଇ ଆମେ ଆଗକୁ ବଢିବୁ ବୋଲି କହିଛନ୍ତି ବାବା ରାମଦେବ । ଆଗାମୀ ଦିନରେ ପତଞ୍ଜଳି ୧୦ରୁ ୧୨ ଦେଶରେ ଏକ ନମ୍ବର ଉତ୍ପାଦ ହେବ । ୨୦୧୬-୨୦୧୭ରେ ପତଞ୍ଜଳିର ଟର୍ଣ୍ଣଓଭର ୧୦ ହଜାର ୫ ଶହ କୋଟି ଥିଲା । ଏହି ବର୍ଷ ଏହି ଲକ୍ଷ୍ୟକୁ ଦୁଇଗୁଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ramdev babaଏହା ବ୍ୟତୀତ ଯୋଗଗୁରୁ କହିଛନ୍ତି କମ୍ପାନୀ ମହାରାଷ୍ଟ୍ରର କୃଷକଙ୍କ ଠାରୁ କମଳା କିଣି ତାହାର ଏକ ୟନିଟ ତିଆରି କରିବେ । ପ୍ରେସମିଟରେ ସେ ନିଜ ବିଷୟରେ ଓ ବାଲକୃଷ୍ଣଙ୍କ ବିଷୟରେ ମଧ୍ୟ ଆଲାଚନା କରିଛନ୍ତି । ଉଭୟ ଗାଁରୁ କିପରି ଏପର୍ଯ୍ୟନ୍ତ ଯାତ୍ରା କରିଛନ୍ତି ସେକଥା ବଖାଣିଛନ୍ତି । ପତଞ୍ଜଳିର ଇ-କମର୍ସ ସାଇଟର ନାମ ରଖାଯାଇଛି www.patanjaliayurved.net । ସମସ୍ତ ଜାଣନ୍ତି ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ପାଇଁ ରାମଦେବ ସବୁବେଳ କହି ଆସିଛନ୍ତି ।

ନୂଆ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାମଦେବ, ବାଲକୃଷ୍ଣଙ୍କ ବ୍ୟତୀତ ଆମାଜନ୍, ଫ୍ଲିପକାର୍ଟ, ଗ୍ରୋଫର୍ସ ସମେତ ଅନ୍ୟ ମୁଖ୍ୟ ଇ-ରିଟେଲର ସାମିଲ ହୋଇଥିଲେ । ଏଠାରେ ରାମଦେବ କହିଛନ୍ତି ଅନଲାଇନ୍ ଯୋଗଁ ସାଧାରଣ ଲୋକଙ୍କ ପାଖରେ ନିଜର ପାରମ୍ପରିକ ସାମଗ୍ରୀ ଅତି ସହଜରେ ପାଇପାରିାବ । ଏଠାରେ ବାଳକୃଷ୍ଣ କହିଛନ୍ତି ପତଞ୍ଜଳି ପ୍ରତିଦିନ ୧୦ ଲକ୍ଷରୁ ମଧ୍ୟ ଅଧିକ ଅଡ଼ର ନେବାର କ୍ଷମତା ରଖେ । ଆଗାମୀ ସମୟରେ ପତଞ୍ଜଳି ନିଜର ପୋର୍ଟାଲରୁ ଅନଲାଇନ୍ ଦ୍ରବ୍ୟ ବିକ୍ରି କରିବ । ଏହା ବ୍ୟତୀତ ଅନ୍ୟ ବିକ୍ର୍ରେତାମାନେ ମଧ୍ୟ ପତଞ୍ଜଳି ଉତ୍ପାଦ ବିକ୍ରି କରୁଛନ୍ତି । ତେବେ ପତଞ୍ଜଳି ବଡ଼ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।