ଯୋଗଗୁରୁଙ୍କ ବାଇକ ଯାତ୍ରା ! Ducati ବାଇକରେ ସଦଗୁରୁଙ୍କ ସହ ନଜର ଆସିଲେ ବାବା ରାମଦେବ ।

48

ବାଇକରେ ନଜର ଆସିଲେ ଯୋଗଗୁରୁ ବାବା ରାମଦେବ । ଭାରତର ଦୁଇ ଜଣ ଜଣାଶୁଣା ଯୋଗଗୁରୁ ଏକା ସାଙ୍ଗରେ ବାଇକରେ ବୁଲୁଥିବାର ଦେଖିବାକୁ ମିଳିଛି । ଏହି ଦୃଶ୍ୟ ସେତେବେଳେ ଦେଖିବାକୁ ମିଳିଥିଲା ଯେତେବେଳେ ବାବା ରାମଦେବ କୋୟମ୍ବଟୁରରେ ସଦଗୁରୁ ଜାଗି ବାସୁଦେବଙ୍କର ଆଶ୍ରମରେ ପହଞ୍ଚିଥିଲେ । ଏହା ପରେ ଦୁଇଜଣ ବାଇକରେ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସଦଗୁରୁ ନିଜର ପସନ୍ଦର ବାଇକ ଡୁକାଟିରେ ବାବା ରାମଦେବଙ୍କୁ ବସାଇଥିଲେ । ଏହା ପରେ ଗାଡି ଷ୍ଟାର୍ଟ କରି ଭ୍ରମଣ ଅଭିମୁଖେ ବାହାରିଥିଲେ । ଏହା ପରେ ସଦଗୁରୁଙ୍କର ୟୁଟ୍ୟୁବ ଚ୍ୟାନେଲରେ ଏହି ସମ୍ବନ୍ଧୀତ ଏକ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି ଏବଂ ଲେଖାଯାଇଛି ବାଇକର୍ ଡ୍ୟୁଡସ୍ । ଦୁଇଜଣ ଯୋଗଗୁରୁଙ୍କୁ ଏକାସହ ବାଇକରେ ବୁଲୁଥିବାର ଦେଖି ସାଧାରଣ ଲୋକମାନେ ବାବାଙ୍କର ଅନେକ ଫୋଟ ଉଠାଇଥିଲେ । ବାଇକରେ ବୁଲୁଥିବା ବେଳେ ପାଗ ଅନୁକୁଳ ଥିଲା ଏବଂ ଆକାଶରେ ବାଦଲ ଛାଇଯାଇଥିଲା । ତେବେ ସୂଚନା ଅନୁଯାୟୀ, ସଦଗୁରୁ ଜାଗି ବାସୁଦେବଙ୍କର ଆଶ୍ରମ କୋୟମ୍ବଟୁର ସହରଠାରୁ ପାଖାପାଖି ୪୦ କିଲୋମିଟର ଦୂରରେ ଥିବା ଏକ ପାହାଡରେ ଅବସ୍ଥିତ ।