ବାବା ରାମଦେବଙ୍କ ସହ ବ୍ୟବସାୟ କରନ୍ତୁ ଏବଂ କୋଟିପତି ହୁଅନ୍ତୁ ! ସମୟ ବହୁତ କମ୍, ଶୀଘ୍ର କରନ୍ତୁ ଆବେଦନ

51

ଭାରତୀୟ ଯୋଗଗୁରୁ ବାବା ରାମଦେବଙ୍କୁ କିଏ ବା ନଜାଣେ । ଯୋଗାସନ ଓ ପ୍ରାଣାୟମ କ୍ଷେତ୍ରରେ ତାଙ୍କର ଅବଦାନ ବହୁତ । ଭାରତ ତଥା ଦେଶ ବିଦେଶରେ ବାବା ରାମଦେବ ଯୋଗଶିକ୍ଷା ଦିଅନ୍ତି । ତେବେ ଯୋଗଶିକ୍ଷା ବ୍ୟତୀତ ତାଙ୍କର ବ୍ୟବସାୟ ବିଷୟରେ ମଧ୍ୟ ସମେସ୍ତ ଅବଗତ । ସୂଚନା ଅନୁସାରେ, ରାମଦେବ ବାବା ଖୁବ ଶୀଘ୍ର ବଜାରରେ ପତଂଜଳିର ସମାଗ୍ରୀ ବନ୍ଦ ପାଣି ବୋତଲ ଲଂଚ କରିବାକୁ ଯାଉଛି । ସେଥିପାଇଁ ପତଂଜଳିର ଡିଷ୍ଟ୍ରିବ୍ୟୁସଟର ଆବଶ୍ୟତା ରହିଛି । ତେବେ ପତଂଜଳି ଯୁବପୀଢିଙ୍କୁ ଗୁରୁତ୍ୱ ଦେଇ ଏହି କ୍ଷେତ୍ରରେ କାମ କରିବା ପାଇଁ ସୁଯୋଗ ଦେଉଛି ।

ସୂଚନା ଅନୁସାରେ, ପତଂଜଳି ଚଳିତ ବର୍ଷ ଏପ୍ରିଲରେ ଦିବ୍ୟ ଜଳକୁ ବଜାରରେ ଲଞ୍ଚିଂ କରିବା ପାଇଁ ପ୍ରସ୍ତୁତି ଚଳାଇଛି । ବର୍ତ୍ତମାନ କମ୍ପାନୀ ହରିଦ୍ୱାର ଓ ଲକ୍ଷ୍ନୌରେ ନିଜ ପ୍ଲାଂଟରେ ପାଣି ବୋତଲ ତିଆରି କରିବା ପାଇଁ ଯୋଜନା ଚଳାଇଛି । ଏନେଇ ପତଂଜଳିର ପ୍ରବକ୍ତା ଏସ.କେ ତିଜାରାବାଲା ନିଜ ଟୁଇଟର ଆକାଉଂଟରେ ସେୟାର କରି ଅବଗତ କରିଛନ୍ତି । ଏଥିପାଇଁ ପତଂଜଳି ସାରାଦେଶ( ଦିଲ୍ଲୀ, ୟୁପି, ଉତ୍ତରଖଣ୍ଡ, ପଂଜାବ, ହରିୟାଣା, ବିହାର, ଝାରଖଣ୍ଡ) ଭଳି ରାଜ୍ୟରେ ଡିଷ୍ଟ୍ରିବ୍ୟୁଟର୍ସଙ୍କ ପାଇଁ ବିଜ୍ଞାପନ ଜାରି କରିଛି । ଯଦି ଆପଣ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ତଳେ ଦିଆଯାଇଥିବା ବିବରଣୀକୁ ପଢନ୍ତୁ ।

ଏଥିପାଇଁ ପତଂଜଳି ଫୋନ ନମ୍ବର ଓ ଇ-ମେଲ ଆଇଡି ଉଭୟ ସୁବିଧା ଉପଲବ୍ଧ ଅଛି । ଆପଣ ୯୦୮୨୭୧୨୪୫୫ କିମ୍ବା ୦୧୧୪୦୧୫୮୪୭୭ରେ କୋଲ କରି ପୁରା ସୂଚନା ଦେଇପାରିବେ । କିମ୍ବା ଆପଣ delhi@patanjalipeya.com  କିମ୍ବା info@ujjwalbharat.co.in ରେ ମେଲ କରିପାରିବେ । ଏହାପରେ କମ୍ପାନୀ ପକ୍ଷରୁ ଆପଣଙ୍କ ମେଲରେ ଏକ ଫର୍ମ ପଠାଯିବ । ଏଥିରେ ସମସ୍ତ ଜାନକାରୀ ଦେଇ ଉପରେ ଦିଆଯାଇଥିବା ମେଲ ଆଇଡିରେ ପଠାଇ ପାରିବେ । ଯଦି ଆପଣଙ୍କ ୱାର୍କ ଏକ୍ସପେରିଏନ୍ସ ଠିକ୍ ଲାଗେ, ତେବେ ଆପଣଙ୍କୁ କଂଟାକ୍ଟ କରାଯିବ ।

ଏହା ବ୍ୟତୀତ ଆବେଦନ କରିବା ପାଇଁ କୌଣସି ପ୍ରକାର ଶୁକ୍ଳ ଦେବାକୁ ପଡିବ ନାହିଁ । ଯଦି ଆପଣଙ୍କୁ ବଛାଯାଏ, ତେବେ ଆପଣଙ୍କ ଠାରୁ କିଛି ଚାର୍ଜ ନିଆଯିବ । ଯାହା କି, ଆରଟିଏସ ଜରିଆରେ କମ୍ପାନୀର ଖାତାରେ ହିଁ ନିଆଯିବ । ଏହାପରେ ଆପଣଙ୍କ ଠାରୁ କୌଣସି ପ୍ରକାର ଟଙ୍କା ଆଦାୟ କରାଯିବ ନାହିଁ ।