ବଳଦର ବଳରୁ ବିଜୁଳି ! ବିଦ୍ୟୁତ୍ ଉତ୍ପାଦନ ପାଇଁ ବାବା ରାମଦେବଙ୍କ ନିଆରା ପଦକ୍ଷେପ

46

ବଳଦର ବଳରୁ ତିଆରି ହେବ ବିଜୁଳି । ବିଦ୍ୟୁତ୍ ଉତ୍ପାଦନ ପାଇଁ ବାବା ରାମଦେବ ନେଇଛନ୍ତି ଏପରି ନିଆରା ପଦକ୍ଷେପ । ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ଏବେ ଏହି ‘ବୁଲ୍ ପାୱାର’ ଉପରେ କାମ କରୁଛି । ବଳଦଙ୍କ ଟାଣିବା ଶକ୍ତିକୁ ନେଇ ଏହି ପ୍ରୋଜେକ୍ଟ ତିଆରି ହୋଇଛି । ତେବେ ଶୁଣିବାକୁ ମିଳୁଛି ପ୍ରାୟ ଦେଢ ବର୍ଷ ପୂର୍ବରୁ ଏହି କାମ ଆରମ୍ଭ ହୋଇ ସାରିଛି ଏବଂ କିଛି ମାତ୍ରାରେ ସଫଳତା ମଧ୍ୟ ମିଳିଛି ।

ଏପରି କରିବା ପଛରେ ପତଞ୍ଜଳୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବଳଦ ଅଥବା ଗୋରୁମାନେ କେତେ ମୂଲ୍ୟବାନ ତାହା ଜଣାଇବା । ଏହା ସହ କଂସେଇଖାନାକୁ ଗୋରୁଚାଲାଣ ବନ୍ଦ କରିବା । ତେବେ କମ୍ପାନୀ ଏପରି ଏକ ଡିଜାଇନ୍ ତିଆରି କରୁଛି ଯାହାଦ୍ୱାରା ଯେଉଁ ଚାଷୀ ମାନଙ୍କ ପାଖରେ ବଳଦ ଅଛନ୍ତି ସେମାନଙ୍କୁ ବିଦ୍ୟୁତ୍ ଉତପାଦନ କରିବାକୁ ସୁଯୋଗ ଦିଆଯିବ । ଫଳରେ ସେମାନଙ୍କ ରୋଜଗାର ବଢିପାରିବ ।

ଏହି ପ୍ରକ୍ରିୟାରେ ଦେଶର ଏକ ପ୍ରମୁଖ ମଲ୍ଟିନ୍ୟାସନାଲ୍ ମେନ୍ୟୁଫାକ୍ଚରର ଏବଂ ତୁର୍କୀର ଏକ କମ୍ପାନୀ ସାମିଲ୍ ଅଛି । ସୂଚନା ମୂତାବକ ଏହି ଡିଜାଇନରୁ ପ୍ରାୟ ୨.୫ କିଲୋୱାଟ୍ ପାୱାର୍ ମିଳିସାରିଛି ।

ଏହା ସହ ଦେଖନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଖର୍ଚ୍ଚ ! ଜାଣନ୍ତୁ ୨ବର୍ଷରେ ମୋଦିଙ୍କ ଯାତ୍ରାର ହିସାବ ନିକାଶ