ଆଗାମୀ ଦିନରେ ବାବା ରାମଦେବ ହୋଇପାରନ୍ତି ଭାରତର ପ୍ରଧାନମନ୍ତ୍ରୀ ବୋଲି ଆକଳନ କରି କହିଲା ଆମେରିକାର ଗଣମାଧ୍ୟମ ‘ନ୍ୟୁୟର୍କ ଟାଇମ୍ସ’ !

49

କନକ ବ୍ୟୁରୋ : ଆଗାମୀ ଭାରତର ପ୍ରଧାନମନ୍ତ୍ରୀ କିଏ ହେବେ ସେନେଇ ଚର୍ଚ୍ଚା ହେଉଥିବା ବେଳେ ଯୋଗଗୁରୁ ବାବା ରାମଦେବଙ୍କ ନାମକୁ ନେଇ ଏବେ ଚର୍ଚ୍ଚା ଜୋର ଧକିଛି । ତେବେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତିଙ୍କ ସହିତ ଅଧିକାଂଶ ସମାନତା ଯୋଗଗୁରୁ ରାମଦେବଙ୍କର ରହିଛି। ଟ୍ରମ୍ପ ଯେପରି ନିଜ ଅର୍ଥନୈତିକ ସାମ୍ରାଜ୍ୟ ବାସ୍ତାର କରିବା ପରେ ଆମେରିକାର ରାଷ୍ଟ୍ରପତି ହୋଇ ପାରିଲେ, ଠିକ୍ ସେହିପରି ଯୋଗଗୁର ରାମଦେବ ପତଞ୍ଜଳି ଜରିଆରେ ନିଜ ବ୍ୟବସାୟିକ ସାମ୍ରାଜ୍ୟକୁ ସମଗ୍ର ଭାରତରେ ବଢ଼ାଇ ପାରିଛନ୍ତି। ଆଗାମୀ ଦିନରେ ଯୋଗଗୁରୁ ବାବା ରାମଦେବ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ହୋଇ ପାରନ୍ତି ବୋଲି ଭବିଷ୍ୟବାଣୀ କରିଛି ଆମେରିକାର ପ୍ରସିଦ୍ଧ ଦୈନିକ ଖବରକାଗଜ ନ୍ୟୁୟର୍କ ଟାଇମ୍ସ।

ନ୍ୟୁୟର୍କ ଟାଇମ୍ସ ବାବା ରାମଦେବଙ୍କ ଉପରେ ଏକ ସ୍ୱତନ୍ତ୍ର ପୃଷ୍ଠାରେ ଆଲୋଚନା କରି ଏହା କହିଛି । ସେଠାରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି , ତେବେ ଏହି ଖବର ପ୍ରକାଶିତ ହେବା ପରେ ସମସ୍ତ ଅନ୍ତର୍ଜାତୀକ ଗଣମାଧ୍ୟମରେ ଏହି ଖବର ହେଡ୍ ଲାଇନ୍ସ ହେବାରେ ଲାଗିଛି । ଯଦିଓ ବାବା ନିଜେ ମଧ୍ୟ ସବୁବେଳେ ଭାରତ ଓ ବିଦେଶରେ ଚର୍ଚ୍ଚାରେ ରହିବାକୁ ଚାହାଁନ୍ତି।। ତେବେ ଟ୍ରମ୍ପଙ୍କ ପରି ବାବା ରାମଦେବ ବିବାଦୀୟ ନୁହଁନ୍ତି, ତଥାପି ଉଭୟଙ୍କ ମଧ୍ୟରେ ବହୁ ସମାନତା ରହିଛି ବୋଲି ନ୍ୟୁୟର୍କ ଟାଇମ୍ସ ଉଲ୍ଲେଖ କରିଛି। ନ୍ୟୁୟର୍କ ଟାଇମ୍ସ ବାବା ରାମଦେବଙ୍କ ଉପରେ ‘ ମୋଦିଙ୍କ ଉତଥାନ ପଛରେ କୋଟି ପତି ବାବା’ ଶୀର୍ଷକ ସ୍ୱତନ୍ତ୍ର ଫିଚରରେ ଲେଖାଯାଇଛି । ଏବଂ ସେଠାରେ କୁହାଯାଇଛି ଯେ ଟ୍ରମ୍ପଙ୍କ ପରି ବାବା ରାମଦେବ ମଧ୍ୟ ବହୁକୋଟି କମ୍ପାନିର ମାଲିକ। ସେହିପରି ଟ୍ରମ୍ପଙ୍କ ଭଳି ବିଭିନ୍ନ ଟିଭି ଚାନେଲରେ ବାବା ରାମଦେବ ରୋକଠୋକ ଜବାବ ଦେବାରେ ମାହିର।

ମହିଳା ମାନଙ୍କୁ ନେଇ ଟ୍ରମ୍ପଙ୍କ ପରି ଯଦିଓ ବାବା ରାମଦେବ ବିବାଦୀୟ ନୁହଁନ୍ତି, କିମ୍ବା ନିଜର ରାଜନୈତିକ ଅଫିସ ନାହିଁ, ତଥାପି ଯୋଗଗୁରୁ ରାମଦେବ ଯେ କୌଣସି ପ୍ରଧାନମନ୍ତ୍ରୀଙ୍କ ଠାରୁ ଅଧିକ କ୍ଷମତାଶାଳୀ ହେବାକୁ ଯାଉଛନ୍ତି। ଭାରତର ଘରେ ଘରେ ସେ ଜଣେ ଚିହ୍ନା ମୁହଁ, ଜଣେ ଯୋଗୀ ଭାବେ ତାଙ୍କର ଲୋକପ୍ରିିୟତା ବଢ଼ୁଥିବାରୁ , ଆଗାମୀ ଦିନରେ ସେ ଭାରତର ପ୍ରଧାନମନ୍ତ୍ରୀ ହେବେ । ଏ ନେଇ ଭବିଷ୍ୟତବାଣୀ କରିଛି ନୁୟର୍କ ଟାଇମ୍ସ । ତେବେ ଅନ୍ତର୍ଜାତୀୟ ଖବର କାଗଜରେ ଏପରି ଅନେକ ସମୟରେ ପ୍ରସିଦ୍ଧ ଲୋକମାନଙ୍କୁ ନେଇ ଆଲୋଚନା କରାଯାଇଥାଏ । କେବେ ବର୍ତ୍ତମାନ ସମୟରେ ଭାରଟରେ ରାମଦେବ ବାବା ଯେପରି ଭାବରେ ଜଣାଶୁଣା ଆଗାମୀ ଦିନରେ ସେ ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି ବୋଲି ନ୍ୟୁୟର୍କ ଟାଇମ୍ସ କହିଛି । ତେବେ ଏ ଖବର ପ୍ରଚାର ହେବା ପରେ ବାବା ରାମଦେବ କୈାଣସି ମନ୍ତବ୍ୟ ଦେଇ ନାହାନ୍ତି । ପୂର୍ବରୁ ବାବା ରାମଦେବଙ୍କୁ ବ୍ରାଣ୍ଡ ଆମ୍ବାସଡର କୁହାଯାଇ ସାରିଛି ଓ ତାଙ୍କୁ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଉଛି । ସେ ପ୍ରତ୍ୟକ୍ଷ ଭାବରେ କେବେ ରାଜନୀତିକୁ ଓହ୍ଲାଇବେ ତାହା ତାହା ଉପରେ ସାରା ବିଶ୍ୱର ନଜର ରହିଥିବା ସୂଚନା ମିଳିଛି ।