ବଜାରକୁ ଆସିଲା ପତଞ୍ଜଳୀ ଟୋନଡ କ୍ଷୀର । ଅନ୍ୟ କମ୍ପାନିର କ୍ଷୀର ଠାରୁ ଲିଟର ପିଛା ୪ ଟଙ୍କା ଶସ୍ତାରେ ପାଇବେ ଗ୍ରାହକ

411

ଦେଶବାସୀଙ୍କୁ ବାବା ରାମଦେବଙ୍କ ବଡ ଉପହାର । ଗତ ସପ୍ତାହରେ ଅମୁଲ ଓ ମଦର ଡାଏରୀ କମ୍ପାନି ପକ୍ଷରୁ ବଜାରରେ ମିଳୁଥିବା କ୍ଷୀରର ଦର ୨ ଟଙ୍କା ବୃଦ୍ଧି କରିଥିବା ବେଳେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ତେବେ ଏହି ଦୁଇ କମ୍ପାନିକୁ ମାତ୍ ଦେବାକୁ ଯାଇ ବାବା ରାମଦେବ ପତଞ୍ଜଳୀ ଟୋନଡ କ୍ଷୀର ବଜାରରେ ଲଞ୍ଚ କରିଛନ୍ତି । ଏହି କ୍ଷୀର ଅମୁଲ ଓ ମଦର ଡାଏରୀ କ୍ଷୀରର ବଜାର ଦର ଠାରୁ ୪ ଟଙ୍କା ଶସ୍ତା ରହିବ ।

ଟୋନଡ କ୍ଷୀର ବ୍ୟତୀତ ପତଞ୍ଜଳୀ ଦହି, ଲହୁଣି, ପନୀର ମଧ୍ୟ ଲଞ୍ଚ କରିଛି । ଏହି ସମସ୍ତ ଦୁଗ୍ଧ ଜାତୀୟ ଦ୍ରବ୍ୟ ଦିଲ୍ଲୀ-ଏନସିଆର,ହରିଦ୍ୱାର, ଜୟପୁର, ମହାରାଷ୍ଟ୍ରର କିଛି ସହରରେ ମିଳିବ ବୋଲି ବାବା ରାମଦେବ କହିଛନ୍ତି । ପତଞ୍ଜଳୀ କ୍ଷୀରର ଲିଟର ପିଛା ମୂଲ୍ୟ ୪୦ ଟଙ୍କା ରଖାଯାଇଛି । ପତଞ୍ଜଳୀ ଟୋନଡ କ୍ଷୀର ୫୦୦ ଗ୍ରାମ ଓ ଏକ ଲିଟର ପ୍ୟାକେଟରେ ବଜାରରେ ଉପଲବ୍ଧ ହେବ ।

ଅମୁଲ ଓ ମଦର ଡାଏରୀ କମ୍ପାନିର ଦୁଗ୍ଧ ଜାତୀୟ ଦ୍ରବ୍ୟ ତୁଳନାରେ ପତଞ୍ଜଳୀ ଦହି ପ୍ୟାକେଟର ଦର ୫ଟଙ୍କା ଶସ୍ତା ରହିବ । ତେବେ ପତଞ୍ଜଳୀ ଲହୁଣି ଏହି ୨ କମ୍ପାନିର ଲହୁଣି ଦର ଠାରୁ ୪ ଟଙ୍କା ଅଧିକ ରହିବ । କାରଣ ଏହା ଶୁଦ୍ଧ ଲହୁଣି ହୋଇଥିବାରୁ ଏହାର ଦର ଅଧିକ ରହିବ ବୋଲି ବାବା ରାମଦେବ କହିଛନ୍ତି ।