ରାମଦେବଙ୍କ ‘ଗୋରା’ ଥିମ! ବ୍ୟୁଟି କ୍ରୀମ ଲଗାଇଲେ କଳା ମଣିଷ ହୋଇଯିବ ଗୋରା, ସୋସିଆଲ ମିଡିଆରେ ଯୋଗଗୁରୁଙ୍କୁ ସମାଲୋଚନା

50

କନକ ବ୍ୟୁରୋ : ଆପଣ ଗୋରା ନା କଳା । ଯଦି ଆପଣ କଳା, ଏହା ଏକ ଚର୍ମ ରୋଗ ବୋଲି ଭାବନ୍ତି କି? ତେବେ ବାବା ରାମଦେବଙ୍କ ମତରେ କଳା ରଙ୍ଗ ଏକ ଚର୍ମ ସମସ୍ୟା । ପତଂଜଳି ବିଉଟି କ୍ରିମର ବିଜ୍ଞାପନରେ ଏହା ଦର୍ଶାଯାଇଛି । ଏଥିରେ ଦର୍ଶାଯାଇଛି, ଶୁଷ୍କ ତ୍ୱଚା ଓ ରିଙ୍କ୍ଲ ଭଳି କଳା ରଂଗ ହେଉଛି ଏକପ୍ରକାର ଚର୍ମ ରୋଗ । ଆଉ ଜଣେ ଯଦି ଏହି ବିଉଟି କ୍ରିମ ଲଗାଇବ, ତେବେ ଏହି ସମସ୍ୟାରୁ ମୁକ୍ତି ପାଇବ । ଅର୍ଥାତ୍ ପତଂଜଳି କ୍ରିମ ଲଗାଇଲେ କଳା ମଣିଷ, ଗୋରା ପଡିଯିବ । ଏହାକୁ ନେଇ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି ରାମଦେବ ।

patanjaliଆମ ଦେଶରେ ଗୋରା ରଙ୍ଗକୁ ନେଇ ଦୁର୍ବଳତା ରହିଆସିଛି । ଆଉ ଏହାକୁ ନେଇ ବେଶ୍ ସଚେତନ କସ୍ମେଟିକ୍ ପ୍ରସ୍ତୁତକାରୀ । କାଳୀ ଝିଅଙ୍କୁ ଗୋରୀ କରିଦେବା ପ୍ରତିଶ୍ରୁତି ଦେଇ ମାଳ ମାଳ ବିଜ୍ଞାପନ ଆମେ ଦେଖିବାକୁ ପାଉ । ଏବେ ଏହି ଦୌଡରେ ସାମିଲ ହୋଇଛି ପତଂଜଳି । ପ୍ରାକୃତିକ ଜଡିବୁଟି ଓ ଶୁଦ୍ଧ ସାମଗ୍ରୀ ଯୋଗାଉଥିବା ନେଇ ଦାବି କରୁଥିବା ବାବା ରାମଦେବ ପ୍ରସ୍ତୁତ କରିଛନ୍ତି ବିଉଟି କ୍ରିମ୍ ।

ବାବା ରାମଦେବଙ୍କ ପତଂଜଳି ବିଉଟି କ୍ରିମର ବିଜ୍ଞାପନରେ ଦର୍ଶାଯାଇଛି, ଶୁଷ୍କ ତ୍ୱଚା ଓ ରିଙ୍କଲ ଭଳି କଳା ରଂଗ ହେଉଛି ଏକପ୍ରକାର ଚର୍ମ ରୋଗ । ଆଉ ଜଣେ ଯଦି ଏହି ବିଉଟି କ୍ରିମ ଲଗାଇବ, ତେବେ ଏହି ରୋଗରୁ ମୁକ୍ତି ପାଇବ । ବୁଝାଇ କହିଲେ, ଏହି ବିଜ୍ଞାପନର ଅର୍ଥ ହେଉଛି ପତଂଜଳି କ୍ରିମ ଲଗାଇଲେ କଳା ମଣିଷ, ଗୋରା ପଡିଯିବ । ଏହାକୁ ନେଇ ରାମଦେବକୁ କଡ଼ା ସମାଲୋଚନା କରାଯାଇଛି । ଚର୍ମ ବିଶେଷଜ୍ଞ ମଧ୍ୟ କଳା ହେବା, ଚର୍ମ ରୋଗ ନୁହେଁ ବୋଲି କହିଛନ୍ତି ।

ବାମପନ୍ଥୀ ନେତ୍ରୀ କବିତା କ୍ରିଷ୍ଣନ୍ ଟ୍ୱିଟ୍ କରି କହିଛନ୍ତି, ବାବାଙ୍କ ଏହି ଫେୟାରନେସ୍ କ୍ରିମ୍ ଅନଫେୟାର ସୃଷ୍ଟି କରୁଛି । ବ୍ଲାକ୍ ଇଜ୍ ବିଉଟିଫୁଲ ବୋଲି ସେ କହିଛନ୍ତି । ପୂର୍ବରୁ ନନ୍ଦିତା ଦାସ ମଧ୍ୟ ନିଜର କଳା ରଂଗ ନେଇ ସେ ଗର୍ବ କରିନ୍ତି ବୋଲି କହିଥିଲେ । ସେପଟେ ପତଂଜଳିର ଓଡ଼ିଶା ମୁଖ୍ୟ ସୁଧାଂଶୁ ଅଧିକାରୀ କହିଛନ୍ତି, କଳା ମଣିଷକୁ ଗୋରା କରିବା ନେଇ ବିଜ୍ଞାପନ କରାଯାଇନାହିଁ ।ଭାରତ ପରାଧୀନ ଥିବା ବେଳେ ଇଂରେଜ୍ମାନେ ସମାଜରେ କଳା-ଗୋରାର ପାଚେରି ଠିଆ କରିଥିଲେ । ଆଉ ଏବେ ବିଉଟି କ୍ରିମ୍ ବିକିବାକୁ ଚାଲିଛି କଂପାନୀ ମଧ୍ୟରେ ପ୍ରତିଯୋଗିତା ।