ରାମରହିମଙ୍କ ପରେ ସୋସିଆଲ ମିଡ଼ିଆରେ ରାମଦେବ ବାବାଙ୍କୁ ନେଇ ଚର୍ଚ୍ଚା : ଯୁବତୀଙ୍କ ସହ ଫଟୋକୁ କରାଗଲା ଭାଇରାଲ

38

କନକ ବ୍ୟୁରୋ : ସୁନ୍ଦରୀ ଯୁବତୀଙ୍କ ସହ ଯୋଗଗୁରୁ । କାନ୍ଧରେ ହାତ ପକାଇ ହସ ହସ ମୁହଁରେ ପୋଜ୍ ଦେଉଛନ୍ତି ବାବା ରାମଦେବ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ବାବାଙ୍କ ଏହି ଫଟୋ । ଲକ୍ଷାଧିକ ଲାଇକ୍ , ହଜାର ହଜାର କମେଂଟ୍ । ଆଉ ତାଠୁ ଅଧିକ ସେୟାର । ଗୁଗୁଲ, ଫେସବୁକ୍, ହ୍ୱାଟ୍ସଆପ୍, ହାଇକ୍, ଇନଷ୍ଟାଗ୍ରାମ, ସବୁଥିରେ ଏହି ଫଟୋକୁ ନେଇ ଚର୍ଚ୍ଚା । ସୋସିଆଲ୍ ମିଡିଆ ଫେସବୁକରେ ସବୁଠୁ ଅଧିକ ଦେଖାଯାଉଛି ନିର୍ବିବାଦୀୟ ବାବାଙ୍କ ଏହି ଫଟୋକୁ । ଆଉ ଏହେଉଛି ବାବାଙ୍କ ଆଉ ଏକ ଫଟୋ । ଗ୍ଲାମରସ୍ ଯୁବତୀଙ୍କ ସହ ବିନ୍ଦାସ ଅନ୍ଦାଜରେ ବାବା ଦେଉଛନ୍ତି ପୋଜ୍ । ଯାହାକୁ ନେଇ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା । ଆଉ ପ୍ରତି ପୋଷ୍ଟ ତଳେ କମେଂଟ୍ ବି ବେଶ୍ ରୋଚକ । କିଏ କହୁଛି ରାମରହିମଙ୍କ ପରେ ଏବେ ରାମଦେବଙ୍କ ପାଳି ।  ଆଉ କିଏ ପ୍ରଶ୍ନ କରୁଛି ରାମଦେବଙ୍କ ନମ୍ବର ଆସିବ କେବେ?

ଏହାରି ଭିତରେ ବାବା ରାମଦେବଙ୍କ ଆପତ୍ତିଜନକ ଫଟୋ ପୋଷ୍ଟ କରି ବିବାଦକୁ ଆସିଯାଇଛନ୍ତି ଭଦ୍ରକର ଜଣେ ଯୁବ ନେତା । ସଂପୃକ୍ତ ନେତାଙ୍କ ବିରୋଧରେ ଥାନାରେ ଏତଲା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ । ସେପଟେ ସୋସିଆଲ୍ ମିଡିଆରେ ଘୁରିବୁଲିଥିବା ଏହି ଫଟୋକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମଦେବଙ୍କ ଭକ୍ତ । ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ଫଟୋରେ ବାବାଙ୍କ ସହ ଥିବା ଯୁବତୀ ଜଣକ ଜଣେ କ୍ୟାନସର ରୋଗୀ । ଯିଏ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି । ପତଂଜଳି ଯୋଗପୀଠର ପ୍ରତିଷ୍ଠାତା ସଦସ୍ୟଙ୍କ ଏହି ପରିବାରକୁ ବାବା ହସପିଟାଲରେ ଭେଟି ଆଶୀର୍ବାଦ ଦେଇଥିଲେ । ଆଉ ଏହା ସେହି ସମୟର ଫଟୋ ।

ସେପଟେ ଦୁଷ୍କର୍ମ ମାମଲାରେ ବାବା ରାମରହିମ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଏବଂ ଚରିତ୍ର ନେଇ ପ୍ରଶ୍ନ ଉଠାଇଛନ୍ତି ରାମଦେବ । କହିଛନ୍ତି, ରାମରହିମ ସାଧୁ ନୁହଁନ୍ତି ସେ ଜଣେ ସଇତାନ । ଯୋଗଗୁରୁ ବାବା ରାମଦେବ । କର ଯୋଗ ରୁହ ନିରୋଗ- ଯୋଗ ମାଧ୍ୟମରେ ସାରା ଦେଶକୁ ଏହି ବାର୍ତା ଦେଉଛନ୍ତି ବାବା । ବିଶ୍ୱରେ ବି ବାବାଙ୍କ ବେଶ୍ ପ୍ରଭାବ । ହେଲେ ଦିଲ୍ଲୀରୁ ପଲ୍ଲୀ ଯାଏଁ ତଥାକଥିତ ବାବାଙ୍କ କେଳେଙ୍କାରୀ ସାମ୍ନାକୁ ଆସିବା ପରେ ଭକ୍ତଙ୍କ ଭାବାବେଗକୁ ଆଘାତ ଲାଗିଛି । ଆଉ ନିର୍ବିବାଦୀୟ ବାବା ରାମଦେବଙ୍କ ଉପରେ ଉଠିଛି ପ୍ରଶ୍ନ ।