ପରମ୍ପରା ନାଁରେ ଗଜପତି ମହାରାଜଙ୍କ ପାଲିଙ୍କି ଯାତ୍ରାକୁ ବାବା ବଳିଆଙ୍କ ବିରୋଧ !

74

କନକ ବ୍ୟୁରୋ : ପରମ୍ପରା ନାଁରେ ଗଜପତି ମହାରାଜଙ୍କ ପାଲିଙ୍କି ଯାତ୍ରାକୁ ନେଇ ଆପତ୍ତି ଉଠାଇଛନ୍ତି ବାବା ବଳିଆ । ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ସମୟରେ ମାଟିରେ ଚାଲୁଥିବାବେଳେ ତାଙ୍କର ପ୍ରଥମ ସେବକ ହୋଇ ଗଜପତି ମହାରାଜ କାହିଁକି ତାମଜାନରେ ଲୋକଙ୍କ କାନ୍ଧରେ ଆସିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟରୁ ରାଜତନ୍ତ୍ର ଓ ରାଜା ମହାରାଜ ପରମ୍ପରା କେବେଠାରୁ ଶେଷ ହୋଇଗଲାଣି ।

ଗଣତନ୍ତ୍ର ରାଷ୍ଟ୍ରରେ ରାଜକୀୟ ପରମ୍ପରାକୁ ସେ ବିରୋଧ କରିଛନ୍ତି । ଏପରିକି ପରମ୍ପରା ନାଁରେ ଏହି ପାଲିଙ୍କି ସେବା ବିରୋଧରେ ସେ ଆଇନଗତ ଲଢେଇ କରିବେ ବୋଲି ମଧ୍ୟ କନକ ନ୍ୟୁଜକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ।