ଆନ୍ଧ୍ରପ୍ରଦେଶ ରାଜଧାନୀ ଅମରାବତୀର ଡିଜାଇନ୍ କରିବେ ବାହୁବଳୀ ନିର୍ଦ୍ଦେଶକ ଏସ ଏସ ରାଜାମୌଲି

45

କନକ ବ୍ୟୁରୋ : ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ ଅମରାବତୀର ଡିଜାଇନ କରିବେ ଫିଲ୍ମ ନିର୍ମାତା ଏସ ଏସ ରାଜାମୌଲି । ‘ବାହୁବଲୀ’ର ସେଟ୍ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ବେଶ୍ ପସନ୍ଦ ଆସିଛି । ସେଥିପାଇଁ ଅମରାବତୀ ସିଟିର ଡିଜାଇନ କରିବାରେ ବହୁଚର୍ଚ୍ଚିତ ଫିଲ୍ମ ‘ବାହୁବଲୀ’ର ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲିଙ୍କ ସହାୟତା ମାଗିଛନ୍ତି ରାଜ୍ୟ ସରକାର । ଆନ୍ଧ୍ରର ନୂଆ ରାଜଧାନୀ ଡିଜାଇନ କରିବା ଦାୟିତ୍ୱ ଦିଆଯାଇଛି ବିଶ୍ୱ ପ୍ରସିଦ୍ଧ ଆର୍କିଟେକଚର ଫାର୍ମ ଫୋଷ୍ଟର ଆଣ୍ଡ ପାଟନର୍ସକୁ । ତେବେ ଏଥିପାଇଁ ରାଜାମୌଲୀଙ୍କ ସହ ଫୋଷ୍ଟର ଆଣ୍ଡ ପାଟନର୍ସକୁ ଆଲୋଚନା କରିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ।

ଆନ୍ଧ୍ରପ୍ରଦେଶର ଇତିହାସ ଓ ଦ୍ରାବିଡ ସଭ୍ୟତା ସର୍ମ୍ପକରେ ରାଜାମୌଲୀଙ୍କ ସହ ଆଲୋଚନା କରିଛି ଫୋଷ୍ଟର ଆଣ୍ଡ ପାଟନର୍ସ । ଲଣ୍ଡନର ଫୋଷ୍ଟର ଆଣ୍ଡ ପାଟନର୍ସ ଫାର୍ମ ଅମରାବତୀରେ ହାଇକୋର୍ଟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଡିଜାଇନ କରିବ । ରାଜାମୌଲୀଙ୍କ ସହ ଆର୍କିଟେକଚର ଫାର୍ମର ଆଲୋଚନା ପ୍ରସ୍ତାବକୁ ପ୍ରଥମେ ପ୍ରତ୍ୟାକ୍ଷାନ କରି ଦେଇଥିଲେ ରାଜାମୌଲୀ । ଅବଶ୍ୟ ପରେ ସେ ଅମ୍ରାବତିର ଡିଜାଇନ ନେଇ ଆଲୋଚନା କରିଛନ୍ତି । ଏବେ ଅପକମିଂ ମୁଭି ‘ବାହୁବଲୀ ୨’ ପାଇଁ ବ୍ୟସ୍ତ ଥିବା ରାଜାମୌଲି ଅମରାବତୀର ଡିଜାଇନ କାମ ପାଇଁ ଆସନ୍ତାବର୍ଷ ଏପ୍ରିଲ ପରେ ସମୟ ଦେବେ ବୋଲି କହିଛନ୍ତି  ।