ପ୍ରଭାସଙ୍କ ସହ ଫିଲ୍ମ ‘ସାହୋ’ରେ ଅଭିନୟ କରିବାକୁ ମନାକଲେ ଅନୁଷ୍କା ସେଟ୍ଟୀ !

45

ଫିଲ୍ମ ‘ବାହୁବଳୀ-୨’ରେ ପ୍ରଭାସ-ଅନୁଷ୍କାଙ୍କ ଯୋଡିକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ପରଦାରେ ଉଭୟଙ୍କର ରୋମାନ୍ସକୁ ଦେଖି ଲୋକେ ସେମାନେ ବିବାହ କରନ୍ତୁ ବୋଲି ମଧ୍ୟ ଚାହୁଁଥିଲେ । ଏବେ ଅନେକ ସମୟରେ ମଧ୍ୟ ସେହି ଦୁହଁଙ୍କ ସଂପର୍କକୁ ନେଇ ରୋଚକ ଖବର ମାନ ଶୁଣିବାକୁ ମିଳେ ।

ଫିଲ୍ମବିଟରେ ପ୍ରକାଶିତ ତଥ୍ୟ ଅନୁସାରେ , ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସାହୋ’ରେ ଅଭିନେତ୍ରୀ ଅନୁଷ୍କା ଅଭିନୟ କରିବା ନେଇ ପୁରା ସ୍ଥିର ହୋଇସାରିଥିବାର ଶୁଣିବାକୁ ମିଳିଥିଲା । କିନ୍ତୁ ଏବେ ଶୁଣିବାକୁ ମିଳୁଛି ଏହି ଫିଲ୍ମରେ ଅଭିନୟ କରିବାକୁ ଅନୁଷ୍କା ମନା କରିଦେଇଛନ୍ତି । ସିନେ ପ୍ରେମୀଙ୍କ ପାଇଁ ନିଶ୍ଚୟ ଏହା ଏକ ଭଲ ଖବର ହୋଇନପାରେ । କାରଣ ଦର୍ଶକ ଆଉଥରେ ପରଦାରେ ପ୍ରଭାସ-ଅନୁଷ୍କାଙ୍କ ରୋମାନ୍ସକୁ ଦେଖିବାକୁ ଚାହୁଁଥିଲେ ।

ସମସ୍ତେ ଭାବୁଥିବେ,କଣ ଏମିତି ହେଲା ଯେ, ଅନୁଷ୍କା ଏହି ଫିଲ୍ମ କରିବାକୁ ମନ କରିଦେଲେ । ଏକ ବଡ ଦୈନିକ ଖବର କାଗଜରେ ପ୍ରକାଶିତ ସୂଚନା ଅନୁସାରେ ,ଅନୁଷ୍କା ସେଟ୍ଟୀ ଫିଲ୍ମ ‘ସାହୋ’ କରିବାପାଇଁ ଦୁଇ ମାସ ସମୟ ଚାହୁଁଥିଲେ । ଏହାପରେ ସେ ସୁଟିଂ ଆରମ୍ଭ କରିବାକୁ କହୁଥିଲେ । କିନ୍ତୁ ଫିଲ୍ମ ‘ସାହୋ’ର ପ୍ରଯୋଜକ ଯେମିତି ହେଉ ଫିଲ୍ମକୁ ଅଗଷ୍ଟମାସରୁ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଚାହୁଁଛନ୍ତି । ଏବେ ଅନୁଷ୍କା ନିଜର ଆଗାମୀ ତାମିଲ ଫିଲ୍ମରେ ଧ୍ୟାନ ଦେଉଛନ୍ତି । ଦେଖିବାକୁ ବାକି ରହିଲା କିଏ ହେଉଛନ୍ତି ‘ସାହୋ’ ରେ ପ୍ରଭାସଙ୍କ ହିରୋଇନ୍ ।