‘ବାହୁବଲୀ ୨’ର ସଫଳତା ପର ଠାରୁ ହିଁ ଅଭିନେତା ପ୍ରଭାସ ଚର୍ଚ୍ଚାରେ ଅଛନ୍ତି । ‘ବାହୁବଲୀ’ର ସଫଳତା ସହ ଏହାର ଆଉ ଏକ ପ୍ରମୁଖ କାରଣ ଅଛି । କାରଣ ହେଲା ତାଙ୍କର ବିବାହ । ମଙ୍ଗଳବାର ଖବର ଆସିଥିଲା ପ୍ରଭାସ ବହୁତ ଶୀଘ୍ର ବିବାହ କରିବା ପାଇଁ ଯାଉଛନ୍ତି । କିନ୍ତୁ ଏକଥାକୁ ତାଙ୍କ ଘର ଲୋକ ଅସ୍ୱୀକାର କରିଛନ୍ତି । କିଛି ଦିନ ପୂର୍ବରୁ ଖବର ଆସିଥିଲା ପ୍ରଭାସଙ୍କ ପାଇଁ ଜଣେ ବ୍ୟସାୟୀଙ୍କ ନାତୁଣୀ ପାଇଁ ପ୍ରସ୍ତାବ ଆସିଛି ।

ଉଭୟ ପରିବାର ମଧ୍ୟ ଏଥିରେ ରାଜିି ହେବା ସହ ପ୍ରଭାସ ମଧ୍ୟ ସବୁଜ ସଙ୍କେତ ଦେଇଥିଲେ ବୋଲି ସୂଚନା ଥିଲା । ଏନେଇ ପ୍ରଭାସଙ୍କ ପରିବାର ତରଫରୁ କୌଣଓି ବୟାନ ଆସିନଥିଲା । କିନ୍ତୁ ଏବେ ତାଙ୍କ ପରବାର ଲୋକଙ୍କ ତରଫରୁ ଶୁଣିବା ପାଇଁ ମିଳୁଛି ଏମିତି କିଛି ହୋଇନି । ପ୍ରଭାସ ଏବେ ୟୁଏସରେ ଅଛନ୍ତି ଏବଂ ଏକଥା ସ୍ପଷ୍ଟ କରିଛନ୍ତି କି ନିକଟ ଭବିଷ୍ୟତରେ ତାଙ୍କର ବିବାହ କରିବାର କୌଣସି ଯୋଜନା ନାହିଁ ।

ୟୁଏସ୍ ଆସିବା ପରେ ପ୍ରଭାସ ନିଜର ଆମାମୀ ସିନେମା ‘ଶାହୋ’ର ସୁଟିଂ ଆରମ୍ଭ କରିବେ । ଏହାସହ ଏହି ସିନେମା ପାଇଁ ଅନୁଷ୍କା ସେଟ୍ଟୀଙ୍କୁ ମଧ୍ୟ ସାଇନ କରାଯାଇଛି । କେବଳ ବାହୁବଲୀ ସିନେମା ପାଇଁ ପ୍ରଭାସ ଏଯାଏଁ ବିବାହ କରିନାହାନ୍ତି । ସେ ଏବେ ପର୍ଯ୍ୟନ୍ତ ୬୦୦୦ ବିବାହ ପ୍ରସ୍ତାବକୁ ମନା କରି ସାରିଛନ୍ତି ।

ବାହୁବଲୀ ସିରିଜ ପାଇଁ ପାଖାପାଖି ପାଞ୍ଚ ବର୍ଷ ବ୍ୟସ୍ତ ରହିବା ପରେ ପ୍ରଭାସ ଏବେ ବ୍ରେକ ନେଇଛନ୍ତି । ୩୭ ବର୍ଷିୟ ପ୍ରଭାସ ଏବେ ୟୁଏସରେ ନିଜ ସାଙ୍ଗ ମାନଙ୍କ ସହ ଛୁଟି କଟାଉଛନ୍ତି । ସେ ଛୁଟିରୁ ଫେରିବା ପରେ ଶାହୋର ସୁଟିଂ ଆରମ୍ଭ କରିବେ ବୋଲି ସୂଚନା ରହିଛି ।