ଭାରତୀୟ ସିନେ ଜଗତରେ ଇତିହାସ ସୃଷ୍ଟି କରିବ ‘ବାହୁବଲୀ ୨’ର ଆକ୍ସନ ! ୫୦୦୦କଳାକାରକୁ ନେଇ ଚିତ୍ରଣ ହୋଇଛି ଯୁଦ୍ଧଦୃଶ୍ୟ

29

ବହୁପ୍ରତିକ୍ଷୀତ ସିନେମା ‘ବାହୁବଲୀ ୨’ ସିନେମାର ରିଲିଜ ଅପେକ୍ଷାରେ ଦର୍ଶକ । ନିର୍ଦ୍ଦେଶକ ଏସ୍ ଏସ୍ ରାଜମୌଲିଙ୍କ ଏହି ସିନେମା ମାସ ଶେଷରେ ରିଲିଜ ହେବାକୁ ଯାଉଛି । ସିନେମା ପ୍ରଥମ ଭାଗ ଏତେ ଜବରଦସ୍ତ ଥିବା କି ଦର୍ଶକ ଏହି ସିନେମାର ସିକ୍ୱେଏଲକୁ ଅତ୍ୟନ୍ତ ଆଗ୍ରହ ସହକାରେ ଅପେକ୍ଷା କରିଛନ୍ତି ।

ନିର୍ମାତା-ନିର୍ଦ୍ଦେଶକ ଦାବି କରିଛନ୍ତି ଏହି ସିନେମାର ଆକ୍ସନ ସିକ୍ୱେଲ ପ୍ରଥମ ସିନେମା ତୁଳନାରେ ଅଧିକ ବିରାଟ ହେବ । ଭାରତୀୟ ସିନେମା ଜଗତରେ ଇତିହାସରେ ପ୍ରଥମ ଥର ପାଇଁ ହେବ ଯେଉଁଠି କୌଣସି ଯୁଦ୍ଧ ଦୃଶ୍ୟରେ ୫୦୦୦ ଠାରୁ ମଧ୍ୟ ଅଧିକ କଳାକାର ନଜର ଆସିବେ ।

କେବଳ ଏତିକି ନୁହଁ ସିନେମାରେ ୫୦୦ରୁ ଅଧିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କରାଯାଇଛି । ସବୁ ଠାରୁ ଖାସ କଥା ହେଲା ଏହି ସିନେମାର ଆକ୍ସନ ଦୃଶ୍ୟର ସୁଟିଂ ପାଇଁ ଦୁଇ ମାସ ସମୟ ଲାଗିିଥିଲା । ଏହି ସିନେମାର ମୁଖ୍ୟ କଳାକାର ପ୍ରଭାସ ଓ ରାଣା ଦାଗୁବାତୀ ଆକ୍ସନ ଦୃଶ୍ୟର ସୁଟିଂ ପାଇଁ ବହୁତ ପରିଶ୍ରମ କରିଛନ୍ତି । ଏଥିପାଇଁ ଉଭୟେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି ବୋଇି ମଧ୍ୟ ସୂଚନା ମିଳିଛି ।

ଏହା ସହ ଦେଖନ୍ତୁ- ସରିବନି ‘ବାହୁବଳୀ’ର ଯାତ୍ରା ! ଛୋଟ ପରଦାରେ ଆସିବ ‘ବାହୁବଳୀ’