ତାଇୱାନରେ ଧୁମ୍ ମଚାଉଛି ବାହୁବଳୀ-୨ ! ଜାଣନ୍ତୁ ପ୍ରଥମ ସପ୍ତାହରେ କେତେ କଲା ଆୟ

22

ଗୋଟିଏ ପରେ ଗୋଟିଏ ରେକର୍ଡ ନିଜ ନାଁରେ କରିଚାଲିଛି ବ୍ଲକବଷ୍ଟର୍ ସିନେମା ବାହୁବଳୀ- ୨ । ଆଉ ଏବେ ମାହିଷ୍ମତୀ ପ୍ରେମରେ ପଡିଛି ତାଇୱାନ୍ । ଭାରତରେ ସମସ୍ତ ରେକର୍ଡ ଭାଙ୍ଗିବା ପରେ ଏବେ ତାଇୱାନରେ ଧୁମ୍ ମଚାଉଛି ସୁପରହିଟ୍ ସିନେମା ‘ବାହୁବଳୀ-୨’ । ସିନେମାଟି ପ୍ରଥମ ସପ୍ତାହରେ ପ୍ରାୟ ୨୮.୫୦ଲକ୍ଷ ଟଙ୍କା କଲେକ୍ସନ୍ କରିଛି ।

ଅନ୍ୟପଟେ ଭାରତରେ ରିଲିଜ୍ ହେବାର ଦୁଇ ମାସ ପରେ ମଧ୍ୟ ଏଯାଏଁ ସିନେମାର କମିନି କ୍ରେଜ୍ । ପ୍ରାୟ ୧୦୫୦ ଥିଏଟରରେ ଏବେ ବି ଚାଲିଛି ଏହି ସୁପରହିଟ୍ ସିନେମା । ଅନ୍ୟପଟେ ଚୀନର ପ୍ରାୟ ୪୦୦୦ ସ୍କ୍ରିନରେ ରିଲିଜ୍ ହେବା ପାଇଁ ଅପେକ୍ଷା କରିଛି ବାହୁବଳୀ – ୨ । ଚୀନ୍ ବ୍ୟତୀତ ଜାପାନ୍ ଏବଂ କୋରିଆରେ ମଧ୍ୟ ରିଲିଜ୍ ହେବ ଏହି ବ୍ଲକ୍ ବଷ୍ଟର୍ ସିନେମା ।