ଡ୍ରଗ୍ସ ରାକେଟରେ ଫସିଲେ “ବାହୁବଲୀ-୨’ର ଅଭିନେତା ପି ସୁବାରାଜୁ !

45

“ବାହୁବଲୀ-ଦ କନକ୍ଲୁଜନ’ ସିନେମାରେ କୁମାର ବର୍ମା ଭୂମିକାରେ ଅଭିନୟ କରିଥିବା ଅଭିନେତା ପି.ସୁବାରାଜୁ ଡ୍ରଗ୍ସ ରାକେଟ ମାମଲାରେ ଫସିଛନ୍ତି । ଶୁକ୍ରବାର ସେ ଏହି ସଂକ୍ରାନ୍ତରେ ଏକ୍ସାଇଜ ଆଣ୍ଡ ପ୍ରୋହିବିସନ ଡ଼ିପାର୍ଟମେଣ୍ଟର ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍‌(ଏସଆଇଟି) ନିକଟରେ ହାଜର ହୋଇଥିବା ଜଣାପଡ଼ିଛି । ଏହା ସହ ଏସଆଇଟିର ମୁଖ୍ୟ ଏବଂ ଅନ୍ୟ ଅଫିସରମାନେ ତାଙ୍କୁ ଡ୍ରଗ୍ସ ରାକେଟକୁ ନେଇ ପଚରାଉଚରା ମଧ୍ୟ କରିଛନ୍ତି ।

ତେଲୁଗୁ ସିନେ ଜଗତର ୧୨ଜଣ ଲୋକଙ୍କୁ ଏସଆଇଟି ସମନ ଜାରି କରିଛି । ୧୯ ଜୁଲାଇରେ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଏସଆଇଟିରେ ହାଜର ହୋଇଥିଲେ । ତାଙ୍କୁ ଟିମ୍‌ ୧୦ଘଣ୍ଟା ଧରି ପଚରାଉଚୁରା କରିଥିଲା । ଏପରିକି ତାଙ୍କର ହାତ, ନଖ ଏବଂ ଚୁଟିକୁ ଫରେନ୍ସିକ ଲାବରେଟୋରୀକୁ ପଠାଯାଇଛି । ପରେ ୨୦ ଜୁଲାଇରେ ସିନେମାଟୋଗ୍ରାଫର ଶ୍ୟାମ କେ ନାଇଡ଼ୁଙ୍କୁ ମଧ୍ୟ ୬ ଘଣ୍ଟା ଧରି ପଚରାଉଚୁରା କରାଯାଇଥିଲା । ସୂଚନା ଅନୁସାରେ , ହାଇଦ୍ରାବାଦରେ କିଛି ସପ୍ତାହ ପୂର୍ବେ ଏଲଏସଡ଼ି ଏବଂ ଏମଡ଼ିଏମଏ ପରି ଡ୍ରଗ୍ସ ମିଳିଛି । ଏହି ମାମଲାରେ ୧୫ଡ୍ରଗ୍ସ ବିକ୍ରେତାଙ୍କୁ ଗିରଫ ମଧ୍ୟ କରାଯାଇଛି ।