ଆପଣ ବି ଘରେ କୁକୁର ରଖିଛନ୍ତି କି ! ତେବେ ହୋଇଯାଆନ୍ତୁ ସାବଧାନ, ନହେଲେ ଆପଣଙ୍କୁ ବି ଭୋଗିବାକୁ ପଡିପାରେ ଏଭଳି ପରିସ୍ଥିତି ।

112

ଘରେ ଯଦି ପଶୁ-ପକ୍ଷୀ ପାଳିଛନ୍ତି ତେବେ ନିଶ୍ଚୟ ସେମାନଙ୍କ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ । ଦେଖାଯାଏ ଲୋକମାନେ ତାଙ୍କ ଘରେ ପାଳିଥିବା କୁକୁରକୁ ପୂରାପୂରି ନିଜ ପିଲା ଭଳି ପାଳି ଥାଆନ୍ତି । ମାଲିକ ନିଜ ପୋଷା କୁକୁର ସହିତ ଖାଇ ଥାଆନ୍ତି, ଖେଳି ଥାଆନ୍ତି ଓ ଶୋଇ ଥାଆନ୍ତି ମଧ୍ୟ । କିନ୍ତୁ ଏହା ସମୟସମୟରେ ମହଙ୍ଗା ବି ପଡ଼ିପାରେ ବୋଲି ଖବର ଆସିଥାଏ । ନିକଟରେ ଜଣେ ବ୍ୟକ୍ତିଙ୍କୁ ଏଥିପାଇଁ ତାଙ୍କ ଗୋଡ଼ ହରାଇବାକୁ ପଡ଼ିଛି ।

ଉଇସକୋନସିନରେ ବସବାସ କରୁଥିବା ୪୮ବର୍ଷୀୟ ଗ୍ରୋଗା ମୋଣ୍ଟେଉଫୁଲଙ୍କୁ ଏକଦା ତାଙ୍କ କୁକୁର ଚାଟି ପକାଇଥିଲା । ଯାହାକି ତାଙ୍କୁ ଭାରି ପଡ଼ିଛି। କୁକୁର ଚାଟି ଦେବା ହେତୁ ତାଙ୍କ ରକ୍ତର ଭୟଙ୍କର ବ୍ୟାକଟେରିଆ ଜାତ ହୋଇଥିଲା । ଏହା ଏତେ ପରିମାଣରେ ବଢ଼ି ଯାଇଥିଲା କି ତାଙ୍କ ଶରୀରରେ ଉକ୍ତ ରକ୍ତଚାପ ଦେଖିବାକୁ ମିଳିଲା । ଯାହାର ସିଧା ପ୍ରଭାବ ଗ୍ରୋଗାଙ୍କ ଶରୀର ଉପରେ ପଡ଼ିଥିଲା ।  ବେଳେବେଳେ ଏତେ ମାତ୍ରାରେ ତାଙ୍କ ରକ୍ତଚାପ ବଢ଼ିଯାଏ କି ହାତଗୋଡ଼ କାମ କରିବା ବନ୍ଦ କରିଦିଏ । ତେଣୁ ବାଧ୍ୟ ହୋଇ ଗ୍ରାଗାଙ୍କ ଗୋଡ଼କୁ କାଟିବାକୁ ପଡ଼ିଥିଲା ବୋଲି ଡାକ୍ତର କହିଛନ୍ତି । ଯଦି ଏପରି କରାଯାଇ ନଥାଏ ତେବେ ଏହି ବ୍ୟାକଟେରିଆ ସମ୍ପୂର୍ଣ୍ଣ ଶରୀରରେ ବ୍ୟାପି ଯାଇଥାଆନ୍ତା । ଗ୍ରୋଗାଙ୍କ ପତ୍ନୀଙ୍କ କହିବାନୁସାରେ, ତାଙ୍କ ସ୍ୱାମୀ କୁକୁରମାନଙ୍କୁ ବହୁତ ଭଲ ପାଆନ୍ତି । ସେ ଦିନର ଅଧିକାଂଶ ସମୟ କୁକୁର ସହିତ ହିଁ ବିତାଇ ଥାଆନ୍ତି ।  ଫଳରେ କୁକୁର ଚାଟିବା ହେତୁ ତାଙ୍କ ରକ୍ତରେ ଇନଫେକସନ୍ ହୋଇଯାଇଥିଲା ।