ଲାଇଟ-ସାଉଣ୍ଡ -କ୍ୟାମେରା ପରେ କୁଆଡେ ଯାଆନ୍ତି ଷ୍ଟାର : ବି-ଟାଉନ ସେଲିବ୍ରେଟିଙ୍କ ହଲିଡେ ଡେଷ୍ଟିନେସନ

143

20outdoor1ଆମର ବି-ଟାଉନର ସେଲିବ୍ରେଟିମାନେ ଖୁବ୍ ବ୍ୟସ୍ତ ଥାଆନ୍ତି ନିଜର ସୁଟିଂ ସିଡ୍ୟୁଲକୁ ନେଇ। ଲାଇଟ-ସାଉଣ୍ଡ-କ୍ୟାମେରାର ଜୀବନ ଭିତରେ , ଇଛା କରିଥାନ୍ତି ରିଲ ଲାଇଫରୁ ଅବସର ନେଇ ରିୟଲଲାଇଫ ଏଂଟରଟେନର। ସମୟ ପାଇବା କ୍ଷଣି ନିଜର ପ୍ରିୟଜନଙ୍କୁ ନେଇ ଚାଲିଯାଆନ୍ତି ହଲିଡେ ଟୁରରେ। ଏମିତି ଅନେକ ପ୍ରସିଦ୍ଧ ୮ଟି ସ୍ଥାନ ଅଛି ଯେଉଁଠିକୁ ଯିବା ପାଇଁ ଆମର ବଲିଉଡ ଷ୍ଟାରମାନେ ଖୁବ୍ ପସନ୍ଦ କରିଥାନ୍ତି। ନିଜର ସ୍ତ୍ରୀ ,ଗର୍ଲ ଫ୍ରେଣ୍ଡ ଓ ଲଭର ୱାନଙ୍କୁ ନେଇ ଖୁସି ମନାନ୍ତି ସେଠାରେ। ଖୁସିର ମଧୁର ମୁହୂର୍ତକୁ ତୋଳି ଧରନ୍ତି ସେ ସ୍ଥାନର ସୈାନ୍ଦର୍ଯ୍ୟ ଓ ସୁନ୍ଦରତାରେ।

ranbir-katrina-759ମାଲଦିଭ୍ – ବିଶ୍ୱର ଏମିତି ଏକ ପ୍ରସିଦ୍ଧ ହଲିଡେ ଡେଷ୍ଟିନେସନ ପଏଂଟ । ସମୁଦ୍ର ତଟ ଦେଶରେ ଅବସ୍ଥିତ ଖୁବ ବଡ ବଡ ଆଲିସାନ ହୋଟେଲ । ଏହି ସେଲେବ ଡେଷ୍ଟିନେସନ ଖୁବ୍ ଆକର୍ଷଣ କରେ ଆମର ବି-ଟାଉନର କଳାକାରଙ୍କୁ । ବି-ଟାଉନର ଲଭବାର୍ଡ ରଣବୀର କପୁର – କାଟ୍ରିନା କୈଫ୍। ମଧୁର ସମର ବ୍ରେକ କଟାଇଥାନ୍ତି ଏହି ମାଲଡିଭରେ। ରଣବୀରଙ୍କ କଜିନ୍ , କରୀନା କପୁର ଖାନଙ୍କ ସହ ସୈଫ୍ ଅଲ୍ଲୀ ଖାନ ଓ ତାଙ୍କ ପୁଅ ଇବ୍ରାହିମ୍ ମଧ୍ୟ ମାଲଦିଭରେ ମନସୁନ ଛୁଟି କଟାଇଥାନ୍ତି।
ସେହିପରି ଦୀପିକା ପାଦୁକୋନ ରଣବୀର ସିଂଙ୍କ ଏହି ସ୍ଥାନ ଖୁବ୍ ପସନ୍ଦ ।

Bipasha Basu - Holiday in Thailand663555ଥାଇଲାଣ୍ଡ – ଏକ ମନୋରମ ଅବସର ବିନୋଦନର ସ୍ଥାନ ଥାଇଲ୍ୟାଣ୍ଡ। ଏହା ଏମିତି ଏକ ସ୍ଥାନ ଯାହାକୁ ଖୁବ୍ ପସନ୍ଦ କରନ୍ତି ବଲିଉଡ ସେକ୍ସି ଗର୍ଲ ବିପାଶା। ଏହାର ଆଲିସାନ ଟ୍ରିର ଘର ଏହି ଏଲନ ଅଭିନେତ୍ରୀଙ୍କୁ ଅପାରଗ ଖୁସି ଦେଇଥାଏ। ହେଟ ଷ୍ଟୋରୀ-୩ ଆକ୍ଟର କରଣ ସିଂ ଗ୍ରୋଭର ମଧ୍ୟ ନିଜର ଜନ୍ମ ଦିନ ଏଠାରେ ପାଳିବାକୁ ଯାଇଥାନ୍ତି ।

Alia Bhatt - Holiday in Austriaଅଷ୍ଟ୍ରିଆ – ନିଜର ସ୍କିନିକ ଲାଣ୍ଡକ୍ସେପ୍ ପାଇଁ ପ୍ରସିଦ୍ଧ ଅଷ୍ଟ୍ରିଆକୁ ଗତ ବର୍ଷ ଅଭିନେତ୍ରୀ ଆଲିଆ ଭଟ୍ଟ ବାଛିଥିଲେ ନିଜର ହଲିଡେ ପଏଂଟ । ଏହି ଶାନଦାର ର ଅଭିନେତ୍ରୀ ନିଜର ଭଉଣୀ ଶାହୀନ ଭଟ୍ଟଙ୍କ ସହ ଏହି ଅର୍ଷ୍ଟିଆକୁ ଯାଇଥିଲେ ଭ୍ରମଣରେ। ଏହାର ସବୁଜ ଘାସର ଭରା ଭୂମି ଓ ଆଲପାଇନ୍ ହ୍ରଦ ଖୁବ୍ ମନମୁଗଧକର। କ୍ୟାମେରାର ଲେନସରେ ଧରି ରଖିବାକୁ ମନରେ ଜାଗି ଉଠେ ଖୁସି।

shahrukh-khan-gauri-khan-140415ଦୁବାଇ – ଏହି ଡେଜର୍ଟ ସହର ନିଜର ସଂପୂର୍ଣ୍ଣତା ପାଇଁ ଜଣାଶୁଣା। ଅତି ଆଧୁନିକ ବାସ୍ତୁକଳା , ସ୍ୟାଣ୍ଡି ବିଚ୍ , ସପିଙ୍ଗ ଓ ଏଠାରେ ରାତ୍ରୀଯାପନ ଜୀବନ ଅତୀବ ରମଣୀୟ। ଏସବୁ ପାଇଁ କିଛି ବର୍ଷ ହେଲା ଏହା ପାଲଟିଛି ସେଲିବ୍ରେଟିଙ୍କ ଆକର୍ଷଣୀୟ ସ୍ଥଳୀ।
ଶାହାରୁଖ ଖାନା ଓ ଗୈାରୀ ଖାନ୍ , ଅନୀଲ କପୁର ପରି ଅଭିନେତାମାନେ ଦୁବାଇକୁ ବାଛିଥାନ୍ତି ନିଜର ହଲିଡେ ଡେଷ୍ଟିନେସନ।
Akshay Kumar - Twinkle Khanna - Holiday in Franceଫ୍ରାନ୍ସ – ଏହି ସ୍ଥାନ ଖୁବ୍ ପସନ୍ଦ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖାନଙ୍କୁ । ଏହାର ଶାନ୍ତ ବାତାବରଣ ଓ ଐତିହ୍ୟତାରେ ବେଶ୍ ଖୁସି ମନାଇଥାନ୍ତି ଏହି ଷ୍ଟାର।

Huma & Saqib's exquisite holiday with parents - Turkeyତୁର୍କି – ଫିଲ୍ମ ବଦଲାପୁରର ଅଭିନେତ୍ରୀ ହୁମା କ୍ୟୁରେଶି ନିଜର ବ୍ୟସ୍ତମୟ ଜୀବନର ଅବସରତା ଏହି ତୁର୍କିରେ କଟାଇଥାନ୍ତି। ନିଜ ପରିବାର ସହ ଏହି ହିଷ୍ଟୋରିଆଲ ଲ୍ୟାଣ୍ଡକୁ ଯାଇଥାନ୍ତି।

Shraddha Kapoor - Holiday in Macauମକାଉ – ଆଶିକ-୨ ଗର୍ଲ ଶ୍ରର୍ଦ୍ଧା କପୁରଙ୍କର ମକାଉ ଏକ ଆକର୍ଷଣୀୟ ସହର । ଏହା ତାଙ୍କର ଏକ ପରଫେକ୍ଟ ହଲିଡେ ଡେଷ୍ଟିନେସନ । ଶ୍ରର୍ଦ୍ଧାଙ୍କ ପିତା ବଲିଉଡ ବ୍ୟାଡ୍ ମ୍ୟାନ ଶକ୍ତି କପୁର ମଧ୍ୟ ନିଜର ପିଲାଙ୍କ ସହ ମକାଉ ଯାଇଥାନ୍ତି।

Hrithik Roshan - Holiday in Switzerlandସ୍ୱିସ୍ ଆଲପ୍ସ – ସୁଇଜରଲ୍ୟାଣ୍ଡର ସ୍ନୋ-କ୍ଲାଡ ମାଉଂଟେନ ବି-ଟାଉନର ସେଲେବ୍ସ ମାନଙ୍କୁ ଆକର୍ଷଣ କରିଥାଏ। ସେଥିପାଇଁ ସେମାନେ ଏଠାକୁ ହଲିଡେ ଡେଷ୍ଟିନେସନ ଭାବେ ଆସିଥାନ୍ତି । ବଲିଉଡର ଗ୍ରୀକ୍ ଗଡ ହ୍ରିତିକ ରୋଶନ ମିଜର ଫିଲ୍ମ ମହେଂଜୋଦାରୋ ପରେ ଏଠାରେ ବିତେଇଥିଲେ ଅବସର ସମୟ। ନିଜ ଦୁଇ ପୁଅ ହ୍ରିଦ୍ଧାନ ଓ ରେହାନ ସହ ଖୁସିର ମୁହୂର୍ତକୁ ଉପଭୋଗ କରିଥିଲେ ଏହି ଟ୍ୟାଲେଟେଡ୍ ଆକ୍ଟର ।

ବିଶ୍ୱର ଏହି ସବୁ ଆକର୍ଷଣୀୟ ସ୍ଥାନର ମୋହରେ ଆମର ବି-ଟାଉନ ଅଭିନେତା ଓ ଅଭିନେତ୍ରୀମାନେ। ଏହି ସ୍ଥାନମାନଙ୍କରେ ନିଜର ଅବସର ବିନୋଦନ ସାରି ପୁଣି ହଜିଯାନ୍ତି ରିଲ ଲାଇଫରେ। ଏହିସବୁ ହଲିଡେ ଡେଷ୍ଟିନେସନ ସେମାନଙ୍କୁ ଦେଇଥାଏ ନୂଆ ଜୋଶ୍।