ଆତଙ୍କବାଦୀ ସଂଗଠନରେ ଯୋଗ ଦେଲେ ଜାମ୍ମୁ-କାଶ୍ମୀରର ଜଣେ ବିଟେକ୍ ଛାତ୍ର ! ଘରକୁ ଫେରିବାକୁ ମା’ ଓ ଭଉଣୀଙ୍କ କୋହଭରା ଆବେଦନ

27

କନକ ବ୍ୟୁରୋ : ପ୍ରାୟ ସମୟରେ ଜାମ୍ମୁ-କାଶ୍ମୀରର ଯୁବକମାନେ ଚାପରେ ହେଉ କି ସ୍ୱଇଚ୍ଛାରେ ହେଉ ଆତଙ୍କୀ ସଂଗଠରେ ଯୋଗ ଦେଉଛନ୍ତି । ତେବେ ସେଥି ମଧ୍ୟରୁ କିଛି ଯୁବକ ଦୁର୍ଦ୍ଦଶ ଆତଙ୍କବାଦୀ ପାଲଟି ଯାଉଛନ୍ତି ତ ଆଉ କିଛି ଆତଙ୍କ ନର୍କରୁ ଫେରି ଆସୁଛନ୍ତି । ନିକଟରେ ଏପରି କିଛି ଘଟଣା ଦେଖିବା ପାଇଁ ମିଳିଛି । ଜମ୍ମୁ-କଶ୍ମୀରରେ ଯୁବଗୋଷ୍ଠୀ ଆତଙ୍କବାଦୀଙ୍କ ସହ ହାତ ମିଳାଉଛନ୍ତି । ଆଉ ଧୀରେ ଧୀରେ ଏସବୁ ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ପୁଲୱାମା ଘାଟିର ଜଣେ ବିଟେକ୍ ଛାତ୍ର ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଖବର ମିଳିଛି । ଏପଟେ ଯୁବକଙ୍କ ପରିବାର ଲୋକେ ନିଜ ପୁଅକୁ ଫେରି ପାଇବା ପାଇଁ ଓ ଆତଙ୍କବାଦକୁ ଛାଡ଼ିବା ପାଇଁ ଗୁହାରି କରିଛନ୍ତି ।

terrorists
image courtesy-http://www.hindustantimes.com

ପ୍ରକୃତକଥା ହେଲା ପୁଲୱମା ଜିଲ୍ଲାର ଜଣେ ବିଟେକ୍ ଛାତ୍ର ଗତ କିଛି ଦିନ ତଳେ ଗାୟବ ହୋଇଯାଇଥିଲେ । ଯାହା ପରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଉକ୍ତ ଭିଡ଼ିଓରେ ଯୁବକର ପୁରା ପରିବାର ଆତଙ୍କ ରାସ୍ତା ଛାଡ଼ି ଫେରିବା ପାଇଁ ଅପିଲ କରିଥିଲେ । ଯୁବକଙ୍କ ପରିବାର ବର୍ଗଙ୍କ କହିବା ଅନୁସାରେ ସୋସିଆଲ ମିଡ଼ିଆରୁ ହିଁ ସେମାନେ ଜାଣିପାରିଥିଲେ ତାଙ୍କ ପୁଅ ଆତଙ୍କବାଦୀଙ୍କ ସହ ହାତ ମିଳାଇଛି । ଉକ୍ତ ଯୁବକଙ୍କ ନାମ ହେଲା ଖୁର୍ସିଦ ଅହମ୍ମଦ ମଲ୍ଲିକ । ସେ ପୁଲୱାମା ଜିଲ୍ଲା ଅଲୱଲ ଗାଁର ବାସିନ୍ଦା । ଖୁର୍ସିଦଙ୍କ ମା ଓ ଭଉଣୀ ଏଗ ଭିଡ଼ିଓ ରେକର୍ଡ଼ କରି ଘରକୁ ଫେରିବା ପାଇଁ ଅପିଲ କରିଥିଲେ । ପୁଅକୁ ଝୁରି ଝୁରି ବର୍ତ୍ତମାନ ଖୁର୍ସିଦଙ୍କ ମାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି ।

terrorist
Photo Courtesy : google.com

ଘାଟିରେ ଲଗାତାର ଭାବେ ଯୁବଗୋଷ୍ଠୀ ଆତଙ୍କବାଦର ରାସ୍ତା ଆପଣାଉଛନ୍ତି । କାଶ୍ମୀରରେ ଚଳିତ ବର୍ଷ ୧୫ ଜୁଲାଇ ପର୍ୟ୍ୟନ୍ତ ୧୧୦ ସ୍ଥାନୀୟ ଯୁବା ଆତଙ୍କବାଦୀ ସଂଗଠରେ ଯୋଗାଦେଇଥିବା ଖବର ମଳିଛି । ଏଥିରେ ସର୍ବାଧିକ ୨୮ ଜଣ ଯୁବକ ସୋପିୟାଁ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି । ଏହି ଜିଲ୍ଲା ଆତଙ୍କବାଦର ସବୁଠାରୁ ଅଧିକ ପ୍ରଭାବିତ । ସୂଚନା ଅନୁସାରେ ଗତ ବର୍ଷ ୧୨୬ ଜଣ ସ୍ଥାନୀୟ ଯୁବକ ଆତଙ୍କବାଦୀ ସଂଗଠନ ସହ ଯୋଡ଼ି ହୋଇଥିବା ସୂଚନା ମଳିଥିଲା ।

ସୁରକ୍ଷା ଏଜେନ୍ସି ମୁତାବକ ସୋପିୟାଁ, ପୁଲୱାମା, ଅନନ୍ତନନାଗ, କୁଲଗାମ ଓ ଅବନ୍ତୀପୁରା ଜିଲ୍ଲା ସହିତ ଦକ୍ଷିଣ କାଶ୍ମୀରର କିଛି ଜିଲ୍ଲାରେ ମଧ୍ୟ ସବୁଠାରୁ ଅଧିକ ଯୁବା ଆତଙ୍କବାଦୀ ସଂଗଠନରେ ଯୋଡ଼ି ହେଉଛନ୍ତି । ତେବେ ଏହି ଘଟଣା ଏବେ ସୁରକ୍ଷା ଏଜେନ୍ସି ଗୁଡ଼ିକର ଚିନ୍ତା ବଢ଼ାଇଛି ।