ବାବା ସାହେବ ଡକ୍ଟର ବି.ଆର. ଆମ୍ବେଦକର କାହାର ? ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣକୁ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ ଠେଲାପେଲା

40

କନକ ବ୍ୟୁରୋ : ବାବା ସାହେବ ଡକ୍ଟର ବି.ଆର. ଆମ୍ବେଦକର କାହାର ? ଆଜିର ଏକ ଚିତ୍ର ନଜରକୁ ଆସିବା ପରେ ଏମିତି ଏକ ପ୍ରଶ୍ନ ଉଠିଛି । ସମ୍ବିଧାନ ପ୍ରଣେତା ବାବା ସାହେବ ଡକ୍ଟର ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପାଇଁ ନେତାଙ୍କ ଠେଲାପେଲା । ଏପରି ଅଭାବନୀ ଚିତ୍ର ଦେଖିବାକୁ ମିଳିଛି ରାଜଧାନୀର ଏଜି ଛକରେ ।

ଆଜି ବି.ଆର. ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପାଇଁ ବିଭିନ୍ନ ରାଜନୈତିକ ଦଳର ନେତା ଉପସ୍ଥିତ ହୋଇଥିଲେ । ଏହି ସମୟରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାସୁମନ ଅର୍ପଣକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଏସପି ନେତା । ବିଜେଡି ଅନୁସୂଚିତ ସେଲର ସଭାପତି ବିଷ୍ଣୁଦାସ ବିଏସପି ନେତାଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି ।

ଏହାର ବିରୋଧର ବିଏସପି ନେତାମାନେ ବିଜେଡି ବିରୋଧୀ ସ୍ଲୋଗାନ ଦେଇଛନ୍ତି । ପରେ କଥା କଟାକଟି ହୋଇଥିଲା । ଏହାକୁ ନେଇ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହେବାରୁ ବିଜେଡି ନେତା ମାଲ୍ୟାର୍ପଣ ପାଇଁ ଅପେକ୍ଷା କରି ପ୍ରଥମେ ବିଏସପି ନେତାଙ୍କୁ ସୁଯୋଗ ଦେଇଥିଲେ ।