ହଟିଲେନି ହରିପ୍ରସାଦ ! ଦୁଇଟି ରାଜ୍ୟର ପ୍ରଭାରୀ ଦାୟିତ୍ୱ ଯିବା ସତ୍ତ୍ୱେ ହାତରେ ରହିଲା ଓଡ଼ିଶା

33

କନକ ବ୍ୟୁରୋ : ହଟିଲେନି ହରିପ୍ରସାଦ । ରାଜ୍ୟ କଂଗ୍ରେସ ପ୍ରଭାରୀ ବିକେ ହରିପ୍ରସାଦଙ୍କ ନିକଟରୁ ହାଇକମାଣ୍ଡ ଦୁଇଟି ରାଜ୍ୟ ଦାୟିତ୍ୱ କାଢି ନେଇଛନ୍ତି । କିନ୍ତୁ ବିଧାୟକ ଦଳର ବିରୋଧ ସତ୍ତ୍ୱେ ଓଡିଶାର ଦାୟିତ୍ୱ ଏବେ ମଧ୍ୟ ତାଙ୍କ ହାତରେ ରହିଛି । ରାଜ୍ୟ କଂଗ୍ରେସର ଗୋଷ୍ଠୀକନ୍ଦଳ ରୋକିବାରେ ଓ ଦଳର ତଥ୍ୟ ହାଇକମାଣ୍ଡଙ୍କ ନିକଟରେ ଉପସ୍ଥାପନ କରିବାରେ ହରିପ୍ରସାଦ ସଂପୂର୍ଣ୍ଣ ବିଫଳ ହୋଇଥିବାର ଅଭିଯୋଗ ଆଣିଥିଲେ ରାଜ୍ୟ କଂଗ୍ରେସ ନେତା । ପଂଚାୟତ ନିର୍ବାଚନ ଫଳାଫଳ ପରେ ହରିପ୍ରସାଦ ଓଡିଶା ପ୍ରଭାରୀ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯାଇନଥିଲା । କିନ୍ତୁ ଖୁବ୍ ଶୀଘ୍ର ହାଇକମାଣ୍ଡ ଏ ନେଇ ନିଷ୍ପତି ନେବେ ବୋଲି ରାଜ୍ୟ କଂଗ୍ରେସର କିଛି ନେତା ଆଶା ରଖିଛନ୍ତି ।