ଝାଡଖଣ୍ଡ ଓ ଛତିଶଗଡ଼ ପ୍ରଭାରୀ ପଦରୁ ହଟିଲେ ବି.କେ.ହରିପ୍ରସାଦ : ଏଆଇସିସି କଲା ପକ୍ଷଛେଦନ

56

କନକ ବ୍ୟୁରୋ : ଚର୍ଚ୍ଚାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ବି.କେ.ହରିପ୍ରସାଦ । ହରିପ୍ରସାଦଙ୍କ ପକ୍ଷଛେଦନ କରିଛି ଏଆଇସିସି । ତାଙ୍କୁ ଝାଡଖଣ୍ଡ ଓ ଛତିଶଗଡ ପ୍ରଭାରୀ ପଦରୁ ହଟାଇଦିଆଯାଇଛି । ଏନେଇ ଉଭୟ ରାଜ୍ୟର କର୍ମକର୍ତ୍ତା ଏଆଇସିସି ନିକଟରେ ଫେରାଦ ହୋଇଥିଲେ । ହରିପ୍ରସାଦଙ୍କୁ ଦୁଇ ରାଜ୍ୟର ପ୍ରଭାରୀ ପଦରୁ ହଟାଯିବା ପରେ ଓଡିଶା କ୍ଷେତ୍ରରେ ଦଳର ହାଇକମାଣ୍ଡ କି ପଦକ୍ଷେପ ନେଉଛନ୍ତି ସେ ଉପରେ ସମସ୍ତଙ୍କ ନଜର ରହିଛି ।

ପ୍ରଭାରୀଙ୍କ କାର୍ଯ୍ୟଶୈଳୀ ଉପରେ ରାଜ୍ୟର ନେତାମାନେ ପ୍ରବଳ ଅସନ୍ତୋଷ ପ୍ରକାଶ କରିସାରିଛନ୍ତି । ବିଧାୟକମାନେ ବି ଏନେଇ ହାଇକମାଣ୍ଡଙ୍କ ପାଖରେ ପରୋକ୍ଷରେ ଫେରାଦ ହୋଇଛନ୍ତି । ଗତ ସପ୍ତାହରେ ହରିପ୍ରସାଦ ଭୁବନେଶ୍ୱର ଆସି ବିମାନବନ୍ଦରରୁ ଚାଲିଯାଇଥିଲେ । ଏହାକୁ ନେଇ ବି ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ତେବେ ଓଡିଶା କ୍ଷେତ୍ରରେ ଏଇଆସିସି କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।