ବାଲିଗୁଡା ଆହତଙ୍କୁ ଭେଟିଲେ ବିକେ ହରିପ୍ରସାଦ

15

ବାଲିଗୁଡା : ବାଲିଗୁଡା ଏନକାଉଂଟର ଘଟଣାରେ ଆହତଙ୍କୁ ଭେଟିଛନ୍ତି ଓଡିଶା କଂଗ୍ରେସ ପ୍ରଭାରୀ ବିକେ ହରିପ୍ରସାଦ । ଏସସିବି ମେଡିକାଲରେ ଆହତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚରାରିବୁଝିଛନ୍ତି । ବିକେ ହରିପ୍ରସାଦଙ୍କ ସହ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ କଟକ ନଗର କଂଗ୍ରେସ ଅଧ୍ୟକ୍ଷ ମହମ୍ମଦ ମୁକିମ ଆହତଙ୍କୁ ଭେଟିଥିବା ଜଣାପଡିଛି । ଆହତଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିକେ ହରିପ୍ରସାଦ । ଆଦିବାସୀଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଥିବା ସେ କହିଛନ୍ତି । ନକ୍ସଲ ଦମନ ନାଁରେ ଆଦିବାସୀ ଦମନ ଚାଲିଥିବା ସେ କହିଛନ୍ତି । ରାଜ୍ୟ ସରକାରଙ୍କ ତଦନ୍ତ ଲୋକଦେଖାଣିଆ । ଡିଜି ଓ ଏସପିଙ୍କ ନାଁରେ ୩୦୨ ଦଫାରେ ହତ୍ୟା ମାମଲା ରୁଜୁ କରିବାକୁ ସେ ଦାବି କରିଛନ୍ତି ।