ଜୟାପ୍ରଦାଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଲେ ସମାଜବାଦୀ ପାର୍ଟିର ନେତା ଆଜମ ଖାନ : ଜାତୀୟ ମହିଳା କମିଶନଙ୍କ କାରଣ ଦର୍ଶାଅ ନୋଟିସ

ରାମପୁର ଲୋକସଭା ଆସନରେ ହେଉଛି ଜୟାପ୍ରଦା-ଆଜମ ଖାନ ଲଢେଇ

195

ଜୟାପ୍ରଦାକୁ ନେଇ ଅରୁଚିକର ମନ୍ତବ୍ୟ ଦେଲେ ସମାଜବାଦୀର ପାର୍ଟି ନେତା ଆଜମ ଖାନ । ରାମପୁର ଲୋକସଭା ଆସନରୁ ଲଢୁଥିବା ଆଜମ ଖାନ ନିର୍ବାଚନ ପ୍ରଚାର ବେଳେ ଜୟପ୍ରଦାଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଜାତୀୟ ମହିଳା କମିଶନ କ୍ଷୋଭ ପ୍ରକାଶ କରିଛନ୍ତି । ଏନେଇ ଆଜମ ଖାନଙ୍କୁ ଆଜି କାରଣ ଦର୍ଶାଅ ନୋଟିସ ପଠାଇପାରନ୍ତି ମହିଳା କମିଶନ ।

ଅନ୍ୟପଟେ ଆଜମ ଖାନ ଜୟପ୍ରଦାକୁ ନେଇ ସେ କୌଣସି ବୟାନ ଦେଇ ନାହାନ୍ତି ବୋଲି ସଫେଇ ଦେଇଛନ୍ତି । କହିଛନ୍ତି ଜୟପ୍ରଦାଙ୍କୁ ଆକ୍ଷେପ କରି ବୟାନ ଦେଇଥିବା କୌଣସି ବ୍ୟକ୍ତି ପ୍ରମାଣ କରିଦେଲେ ନିର୍ବାଚନ ଲଢିବେ ନାହିଁ । ରାମପୁର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଜୟପ୍ରଦା । ସେହିପରି ରାମପୁର ଆସନରୁ ମହାଗଠବନ୍ଧନର ପ୍ରାର୍ଥୀ ଭାବେ ମୈଦନାକୁ ଓହ୍ଲାଇଛନ୍ତି ସପା ର ଭେଟେରାନ ନେତା ଆଜମ ଖାନ । ରାମପୁରରେ ଏକ ପ୍ରଚାର ସଭାକୁ ସମ୍ବୋଧିତ କରି ଆପତ୍ତିଜନକ ବୟାନ ଦେଇଥିଲେ ଆଜମ । କହିଥିଲେ, “ଯାହାକୁ ଆମେ ଅଙ୍ଗୁଳି ଧରି ରାମପୁର ଆଣିଲୁ, ଆପଣ ଯାହାକୁ ୧୦ ବର୍ଷ ପ୍ରତିନିଧିତ୍ୱ କରାଇଲେ, ତାଙ୍କୁ ଚିହ୍ନିବାକୁ ଆପଣଙ୍କୁ ୧୭ ବର୍ଷ ଲାଗିଗଲା । ମୁଁ ମାତ୍ର ୧୭ ଦିନ ଭିତରେ ଚିହ୍ନି ନେଇଥିଲେ ତାଙ୍କ ଅଣ୍ଡରୱେର ରଙ୍ଗ ଖାକି ।” ଆଜମ ଖାନ କାହାର ନାମ ନେଇନଥିଲେ ମଧ୍ୟ ଏହି ବୟାନ ସହ ଜୟପ୍ରଦାଙ୍କୁ ଯୋଡା ଯାଉଛି ।