ଉଚ୍ଚରକ୍ତଚାପକୁ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ! ଘରେ କରନ୍ତୁ ଚିକିତ୍ସା, ପ୍ରତିଦିନ ଖାଆନ୍ତୁ ଏହି ୬ଟି ଖାଦ୍ୟ

76

ବିଶ୍ୱର ପ୍ରାୟ ଅଧିକାଂଶ ଲୋକ ଉଚ୍ଚରକ୍ତଚାପର ଶିକାର । ଦିନକୁ ଦିନକୁ ବଢିଚାଲିଛି ଉଚ୍ଚରକ୍ତଚାପ ରୋଗୀଙ୍କ ସଂଖ୍ୟା । ଭାରତରେ ପ୍ରତି ୩ ଜଣରେ ଜଣେ ବ୍ୟକ୍ତି ଉଚ୍ଚରକ୍ତଚାପର ଶିକାର । ଉଚ୍ଚ ରକ୍ତଚାପ ଯୋଗୁଁ କିଡନୀ ଫେଲ୍, ହୃଦଘାତ ଏବଂ ହାର୍ଟ ଫେଲ ଭଳି ଗମ୍ଭୀର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଉଚ୍ଚରକ୍ତଚାପ ଯୋଗୁଁ ଶରୀରର ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଉପରେ ମଧ୍ୟ ଗଭୀର ପ୍ରଭାବ ପଡିଥାଏ । ଯଦି ସମୟ ଥାଉ ଥାଉ ଏହାର ଚିକିତ୍ସା କରାନଯାଏ ତେବେ ଆଗକୁ ଯାଇ ଏହା ଆପଣଙ୍କ ଜୀବନ ମଧ୍ୟ ନେଇପାରେ । ତେବେ ଏହି ରୋଗ ପାଇଁ ଅନେକ ଚିକିତ୍ସା ଏବଂ ଔଷଧ ଉପଲବ୍ଧ ଅଛି । କିନ୍ତୁ ଅଧିକାଂଶ ଲୋକ ଔଷଧ ଖାଇବାକୁ ପସନ୍ଦ କରନ୍ତି ନାହିଁ । ତେଣୁ ଯଦି ଆପଣ ଆୟୁର୍ବେଦିକ୍ ଉପାୟରେ ଚିକିତ୍ସା କରି ଉଚ୍ଚରକ୍ତଚାପକୁ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ତେବେ ନଜର ପକାନ୍ତୁ ଏହି ଟିପ୍ସ ଉପରେ ।

ରସୁଣ : ହାଇପରଟେନସନରୁ ରକ୍ଷା ପାଇବା ପାଇଁ ହେଲେ ରସୁଣର ବ୍ୟବହାର ଶରୀର ପାଇଁ ଖୁବ୍ ଲାଭଦାୟକ । ଏଥିରେ ଥିବା ଏଲିସିନ୍ ନାମକ ପଦାର୍ଥରେ ଆଂଟି ବ୍ୟାକଟେରିଆଲ୍ , ଆଂଟି ଅକ୍ସିଡେଂଟ୍ ଏବଂ ଆଂଟି ହାଇପରଟେନସନ୍ ଗୁଣ ଥାଏ । ଯାହା ଉଚ୍ଚରକ୍ତଚାପକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ଖାଦ୍ୟରେ କିମ୍ବା ସାଲାଡରେ ୨ ରୁ ୩ଟି ରସୁଣ ସାମିଲ୍ କରନ୍ତୁ ।

ଅଙ୍ଗୁର : ଅଙ୍ଗୁରରେ ଥିବା ପୋଟାସିୟମ୍ ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରିତ କରିଥାଏ । ଏହା ବ୍ୟତୀତ ଏଥିରେ ଥିବା ଆଂଟି ଅକ୍ସିଡେଂଟ୍ ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲକୁ ମାତ୍ରକୁ ଅନେକ ପରିମାଣାରେ କମ୍ କରିଥାଏ । ତେଣୁ ହାଇପରଟେନସନ୍ ରୋଗୀଙ୍କୁ ଡାକ୍ତର ପ୍ରତିଦିନ ଅଙ୍ଗୁର ଖାଇବାକୁ ଉପଦେଶ ଦେଇଥାନ୍ତି ।

banana_500x300_81455523540କଦଳୀ : ଆୟୁର୍ବେଦରେ କୁହାଯାଇଛି ନିୟମିତ କଦଳୀ ଖାଇଲେ ଉଚ୍ଚରକ୍ତଚାପ ଯୋଗୁଁ ଉପୁଜୁଥିବା ସମସ୍ୟାରୁ ମୁକ୍ତି ମିଳିଥାଏ । କଦଳୀରେ ଥିବା ହାଇପରଟେନସିଭ୍ ଗୁଣ ଉଚ୍ଚରକ୍ତଚାପକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ହାଇପରଟେନସନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ କଦଳୀ ଖାଇବା ଆରମ୍ଭ କରିଦିଅନ୍ତୁ ।

ଦୁଗ୍ଧ ଜାତୀୟ ଖାଦ୍ୟ : ଆୟୁର୍ବେଦ ଅନୁସାରେ, ପ୍ରତିଦିନ ଲହୁଣୀ, ପନୀର୍, ବଟର୍ ଏବଂ କ୍ଷୀର ଖାଇଲେ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । ବିଶେଷ କରି କ୍ଷୀରରେ ଥିବା କ୍ୟାଲସିୟମ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ରକ୍ତଚାପକୁ ନୟନ୍ତ୍ରିତ କରିବା ଦ୍ୱାରା ହାଇପରଟେନସନର ସମ୍ଭାବନା କମ୍ ହୋଇଥାଏ । ତେଣୁ ପ୍ରତିଦିନ କ୍ଷୀର ପିଅନ୍ତୁ ।

methiମେଥୀ : ଏଥିରେ ପ୍ରଚୁର ପରିମାଣର ପୋଟାସିୟମ୍ ଏବଂ ଫାଇବର୍ ରହିଛି । ଯାହା ରକ୍ତଚାପକୁ ନିୟନ୍ତ୍ରିତ କରିବାରେ ଖୁବ୍ ସାହାଯ୍ୟ କରିଥାଏ । ପ୍ରତିଦିନ ରାତିରେ ଦୁଇ ଚାମଚ ମେଥୀ ପାଣିରେ ଫୁଟାନ୍ତୁ । ଥଣ୍ଡା ହୋଇଯିବା ପରେ ଏହାକୁ ଛାଣି ପାଣିକୁ ଅଲଗା କରନ୍ତୁ । ଏହି ପାଣି ନିୟମିତ ପିଇଲେ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ।

ପିଆଜ : ରକ୍ତଚାପକୁ ନିୟନ୍ତ୍ରିତ କରିବାକୁ ଚାହୁଁଥିଲେ ପ୍ରତିଦିନ ପିଆଜ ଖାଆନ୍ତୁ । ପିଆଜ ରସ ନା କେବଳ ରକ୍ତକୁ ସଫାକରିଥାଏ ବରଂ ହୃଦ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । ପିଆଜରୁ ରସ ବାହାର କରି ସେଥିରେ ସମାନ ପରିମାଣର ମହୁ ମିଶାଇ ପ୍ରତିଦିନ ପିଅନ୍ତୁ । ମାତ୍ର ଅଳ୍ପ ଦିନ ମଧ୍ୟରେ ଫରକ ଜାଣିପାରିବେ ।