ରାମ ଜନ୍ମଭୂମି ନ୍ୟାସ କଣ ? ଯାହାକୁ ରାମଙ୍କ ବିବାଦୀୟ ଜମି ପ୍ରଦାନ କଲେ ସୁପ୍ରିମକୋର୍ଟ ।

870

କନକ ବ୍ୟୁରୋ: ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ଜମି ବିବାଦ ନେଇ ଶନିବାର ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଅଯୋଧ୍ୟାରେ ହିଁ ତିଆର ହେବ ରାମ ମନ୍ଦିର । ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ତିଆରି ପାଇଁ କୋର୍ଟ ଆଦେଶ ଦେଇଛନ୍ତି । ୩ ମାସ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ମୁସଲମାନ ମାନଙ୍କ ପାଇଁ ଅନ୍ୟତ୍ର ଜାଗା ଦେବାକୁ କୋର୍ଟ କହିଛନ୍ତି ।

ତେବେ କଣ ଏହି ରାମ ଜନ୍ମଭୂମି ନ୍ୟାସ । ଯାହାକୁ ଏହି ବିବାଦୀୟ ଜମି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ତେବେ ଅଯୋଧ୍ୟରେ ଥିବା ଭଗବାନ ରାମଙ୍କ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ଅହରହ ଉଦ୍ୟମ କରୁଥିବା ଆଉ ଏହାର ସୁରକ୍ଷା ପାଇଁ ଗଢା ଯାଇଥିବା ଏକ ସଙ୍ଗଠନ ହେଉଛି ରାମ ଜନ୍ମଭୂମି ନ୍ୟାସ । ଏହା ୧୯୯୩ ମସିହା ଜାନୁୟାରୀ ୨୫ରେ ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟଙ୍କ ଦ୍ୱାରା ଗଠନ ହୋଇଥିଲା । ଆଉ ରାମଚନ୍ଦ୍ର ଦାସ ପରମହଂସ ଏହି ଟ୍ରଷ୍ଟର ମୁଖ୍ୟ ଥିଲେ ।

ତେବେ ବହୁ ଚର୍ଚ୍ଚିତ ରାୟ ଆସିବା ପରେ ଅଯୋଧ୍ୟାରେ ମନ୍ଦିର ହେବ, ମସଜିଦ ବି ହେବ ବୋଲି ସ୍ପଷ୍ଟ ହୋଇଯାଇଛି । ସୁପ୍ରିମକୋର୍ଟଙ୍କ ରାୟ କାହାରି ବିଜୟ କି ପରାଜୟ ନୁହେଁ ବୋଲି ମାଣ୍ୟଗନ୍ୟ ବ୍ୟକ୍ତିମାନେ ମନ୍ତବ୍ୟ ଦେଇଛନ୍ତି । ତେବେ ରାୟ ନେଇ ମୁସଲମାନ ପକ୍ଷ ଅସନ୍ତୋଷ ଥିବା ବେଳେ ମିଳିମିଶି ସମସ୍ତେ ଅଯୋଧ୍ୟାରେ ମନ୍ଦିର-ମସଜିଦ ନିର୍ମାଣ କରିବାକୁ ଆହ୍ୱାନ ଦିଆଯାଇଛି ।