AyodhyaVerdict : ୫ ଏକର ଜମି ପାଇଁ ଦାନ ଦରକାର ନାହିଁ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ କ୍ଷୋଭ ପ୍ରକାଶ କଲେ ଓବେସି

3,303

କନକ ବ୍ୟୁରୋ : ଐତିହାସିକ ଅଯୋଧ୍ୟା ରାୟ ଆସିବା ପରେ ଅସନ୍ତୁଷ୍ଟ ମୁସଲିମ୍ ପକ୍ଷ । ଇଣ୍ଡିଆ ମଜଲିସ-ଏ-ଇତେହାଦ-ଉଲ-ମୁଲଲିମିନ (ଏଆଇଏମଆଇଏମ) ମୁଖ୍ୟ ଓବେସି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସନ୍ତୁଷ୍ଟ ନୁହଁନ୍ତି । ସର୍ବୋଚ୍ଚ ନ୍ୟାୟଳୟଙ୍କ ନିଷ୍ପତ୍ତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ମୁସଲିମ୍ ପକ୍ଷକୁ ୫ ଏକର ଜମି ଦେବା ବିକଳ୍ପ ଉପରେ ପ୍ରଶ୍ନ କରିଛନ୍ତି ଓବେସି । ଦେଶର ମୁସଲମାନଙ୍କୁ ଦାନ ସୂତ୍ରରେ ୫ ଏକର ଜମି ଦେବାର କୌଣସି ଆବଶ୍ୟକତା ନାହିଁ ।

ସେ କହିଛନ୍ତି, ସୁପ୍ରିମ କୋର୍ଟ ପ୍ରକୃତରେ ସର୍ବୋପରି, କିନ୍ତୁ ତାଙ୍କର ନିଷ୍ପତ୍ତି ସବୁବେଳେ ନିର୍ଭୁଲ ନୁହେଁ । ମୁସଲିମ ସମାଜ ନ୍ୟାୟ ପାଇଁ ଲଢେଇ କରୁଥିଲା । ମୋ ମତରେ ମସଜିଦ୍ ପାଇଁ ପ୍ରଦାନ କରାଯାଇଥିବା ଜମି ନେବା ଉଚିତ୍ ନୁହେଁ । ଉତ୍ତରପ୍ରଦେଶରେ କୌଣସି ବି ସ୍ଥାନରେ ମସଜିଦ୍ ପାଇଁ ମୁସଲମାନମାନେ ଜମି ଯୋଗାଡ଼ କରିପାରିବେ । ଏଥିପାଇଁ କାହାର ସାହାଯ୍ୟ ସହଯୋଗ ଦରକାର ନାହିଁ । ଦାନରେ ଦିଆଯିବାକୁ ଥିବା ୫ ଏକର ଜମିକୁ ଆମେ ମାନେ ଗ୍ରହଣ କରିବା ଉଚିତ ନୁହେଁ ।

ସୂଚନାଯୋଗ୍ୟ ଯେ ଆଜି ସୁପ୍ରିମକୋର୍ଟର ଏକ ୫ ଜଣିଆ ବେଞ୍ଚ ଅଯୋଧ୍ୟା ଜମିବିବାଦ ମାମଲାର ରାୟ ଶୁଣାଇଛନ୍ତି । ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ରାୟ ଦିଆଯାଇଥିବାବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟ ଏକ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ଜମି ପ୍ରଦାନ କରିବାକୁ ରାୟରେ ଉଲ୍ଲେଖ ଅଛି ।