ସୁପ୍ରିମକୋର୍ଟଙ୍କ ଶେଷ ଶୁଣାଣି: ଅଠର ପଏଣ୍ଟରେ ପଢନ୍ତୁ ଅଯୋଧ୍ୟାର ଅଜଣା କଥା

1,949

କନକ ବ୍ୟୁରୋ: ଅଯୋଧ୍ୟା ନେଇ ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ୭୦ ବର୍ଷର ବିବାଦକୁ ୩୦ ମିନିଟରେ ସମାଧାନ କରିଛନ୍ତି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ । ତେବେ ଅଯୋଧ୍ୟା ରାୟ ନେଇ ପଢନ୍ତୁ ଅଠର ବଡ କଥା …

୧- ଅଯୋଧ୍ୟା ମାମଲାର ବଡ ରାୟ: ୩୦ ମିନଟରେ ୭୦ ବର୍ଷର ବିବାଦ ସମାଧାନ
୨- ଅଯୋଧ୍ୟାରେ ନିର୍ମାଣ ହେବ ମନ୍ଦିର, ମସଜିଦ୍
୩- ବିବାଦୀୟ ଜମିରେ ନିର୍ମାଣ ହେବ ରାମ ମନ୍ଦିର
୪- ରାମ ଜନ୍ମଭୂମି ନ୍ୟାସକୁ ବିବାଦୀୟ ଜମି ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
୫- ମନ୍ଦିର ନିର୍ମାଣ ପାଇଁ ଗଠନ ହେବ ଟ୍ରଷ୍ଟ ବୋର୍ଡ
୬- ୩ ମାସ ମଧ୍ୟରେ ଟ୍ରଷ୍ଟ ବୋର୍ଡ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ କୋର୍ଟଙ୍କ ଆଦେଶ
୭- ଟ୍ରଷ୍ଟ ବୋର୍ଡରେ ନିର୍ମୋହୀ ଆଖଡାର ପ୍ରତିନିଧି ବି ରହିବେ
୮- ମୁସଲମାନଙ୍କୁ ଅନ୍ୟତ୍ର ଜାଗା ଦେବାକୁ ନିର୍ଦ୍ଦେଶ
୯- ସୁନୀ ୱାକଫ ବୋର୍ଡକୁ ୫ ଏକର ଜମି ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ
୧୦- ରାମଲଲ୍ଲାକୁ ମିଳିବ ୨ ଦଶମିକ ୭୭ ଏକର ବିବାଦୀୟ ଜମି
୧୧- ସୁପ୍ରିମକୋର୍ଟଙ୍କ ରାୟରେ ଖୁସି ନୁହେଁ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ
୧୨- ୪୦ ଦିନର ଲଗାତାର ଶୁଣାଣି ପରେ ଶନିବାର ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ
୧୩- ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି
୧୪- ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କ ସହ ୪ ବିଚାରପତି ସାମିଲ
୧୫- ଏସଏ ବୋବଡେ, ଡି. ୱାଇ ଚନ୍ଦ୍ରଚୂଡ, ଅଶୋକ ଭୂଷଣ, ଏସ. ଅବଦୁଲ ନାଜିର ଖଣ୍ଡପୀଠରେ ସାମିଲ ଥିଲେ
୧୬- ଐତିହାସିକ ରାୟକୁ ସବୁ ଆଡୁ ସ୍ୱାଗତ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହା ବି ସ୍ୱାଗତ କଲେ
୧୭- ରାୟକୁ ଜୟ କିମ୍ବା ପରାଜୟ ଭାବେ ନଦେଖାଯାଉ । ଶାନ୍ତି, ସଦଭାବ ଓ ଏକତା ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ ।
୧୮- ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶାନ୍ତି, ସଦଭାବ ପାଇଁ ଅପିଲ କରିଛନ୍ତି । ରାୟ ପରେ ସବୁଠି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖାଯାଇଛି ।