ଆଜି ସୁପ୍ରିମକୋର୍ଟରେ ଅଯୋଧ୍ୟ ମାମଲାର ଶେଷ ଶୁଣାଣି। ନିଜ ପକ୍ଷ ରଖିବା ପାଇଁ ମୁସଲିମ ପକ୍ଷକୁ ଘଂଟାଏ ଏବଂ ହିନ୍ଦୁ ପକ୍ଷଙ୍କ ଓକିଲକୁ ମିଳିଛି ୪୫ମିନିଟର ସମୟ

୧୭ ନଭେମ୍ବର ପୂର୍ବରୁ ଆସିପାରେ ରାୟ; ଅଯୋଧ୍ୟାରେ ୧୪୪ ବଳବତ୍ତର

243

କନକ ବ୍ୟୁରୋ: ଦୀର୍ଘ ଦିନ ଧରି ସୁପ୍ରିମକୋର୍ଟରେ ଚାଲିଥିବା ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ବିବାଦ ବା ଅଯୋଧ୍ୟ ମାମଲାର ଆଜି ଶେଷ ଶୁଣାଣି ହେବ । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଗତକାଲି ଶୁଣାଣିର ୩୯ତମ ଦିନ ବୋଲି କହିଥିଲେ । ବୁଧବାର ମାମଲା ଶୁଣାଣିର ୪୦ତମ ତଥା ଶେଷ ଦିନ ହେବ ବୋଲି ସେ ସୂଚନା ଦେଇଥିଲେ । ଜଷ୍ଟିସ ଗୋଗୋଇଙ୍କ ଅଧ୍ୟକ୍ଷତାରେ ସାମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ସୁପ୍ରିମକୋର୍ଟ ଶୁଣାଣିର ସମୟ ମଧ୍ୟ ଧାର୍ଯ୍ୟ କରିଛନ୍ତି । ମୁସଲିମ ପକ୍ଷକୁ ନିଜ ପକ୍ଷ ରଖିବା ପାଇଁ ଏକ ଘଂଟା ସମୟ ଏବଂ ହିନ୍ଦୁ ପକ୍ଷଙ୍କ ଓକିଲକୁ ୪୫ମିନିଟର ସମୟ ମିଳିଛି ।

ସମସ୍ତ ୪ଟି ହିନ୍ଦୁ ପକ୍ଷଙ୍କୁ ୪୫ ମିନିଟ ଲେଖାଏଁ ସମୟ ମିଳିଛି । ଅଯୋଧ୍ୟା ରାମ ଜନ୍ମଭୂମିରେ ମସଜିଦ ନିର୍ମାଣ କରି କ୍ଷମତାଲୋଭୀ ଶାସକ ବାବର କରିଥିବା ଐତିହାସିକ ଭୁଲକୁ ସୁଧାରିବାର ସମୟ ଆସିଛି ବୋଲି ସୁପ୍ରିମକୋର୍ଟରେ ମତ ରଖିଛନ୍ତି ହିନ୍ଦୁ ପକ୍ଷ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠଙ୍କ ଆଗରେ ଏଭଳି ମତ ରଖିଛନ୍ତି ଆଟର୍ଣ୍ଣି ଜେନେରାଲ ତଥା ବରିଷ୍ଠ ଓକିଲ କେ ପରାଶରନ । ସେ ହିନ୍ଦୁ ପକ୍ଷରୁ ଏଭଳି ଯୁକ୍ତି ରଖିଛନ୍ତି । ଗତ ୨୬ତାରିଖରେ ପ୍ରଧାନ ବିଚାରପତି କହିଥିଲେ ଯେ, ଅକ୍ଟୋବର ୧୮ସୁଦ୍ଧା ଯେକୌଣସି ପରିସ୍ଥିତିରେ ମାମଲାର ଶୁଣାଣି ଶେଷ ହେବ ।