ରାମ ମନ୍ଦିର ପାଇଁ ଫିଟିଲା ବାଟ: ରାମ ଜନ୍ମଭୂମି ନ୍ୟାସକୁ ବିବାଦୀୟ ଜମି ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; ସୁନ୍ନୀ ୱାକଫ ବୋର୍ଡଙ୍କୁ ଅନ୍ୟତ୍ର ୫ ଏକର ଜମି ଦେବାକୁ ରାୟ

ରାମଲାଲାଙ୍କୁ ମିଳିବ ୨ ଦଶମିକ ୭ ଏକରର ବିବାଦୀୟ ଜମି । ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

285

କନକ ବ୍ୟୁରୋ: ଆସିଲା ଅଯୋଧ୍ୟାର ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରିମସଜିଦ ଜମି ବିବାଦ ମାମଲାରେ ରାୟ । ଏନେଇ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ୪୦ଦିନର ଲଗାତାର ଶୁଣାଣି ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ଜଣିଆ ଖଣ୍ଡପୀଠ ଶତାଧିକ ବର୍ଷର ପୁରୁଣା ଅଯୋଧ୍ୟା ମାମଲାର ଚୁୂଡାନ୍ତ ରାୟ ଶୁଣାଇଛନ୍ତି । ତେବେ ନଜର ପକାନ୍ତୁ ସର୍ବୋଚ୍ଚ ଅଦାଲତଙ୍କ ରାୟ ଉପରେ ।

ଅଯୋଧ୍ୟା ମାମଲାରେ ବଡ଼ ରାୟ

• ଅଯୋଧ୍ୟାରେ ତିଆରି ହେବ ରାମ ମନ୍ଦିର

• କାଏମ ରହିଲା ରାମ ଲାଲଙ୍କ ଦାବି

• ରାମ ଜନ୍ମଭୂମୀ ନ୍ୟାସକୁ ବିବାଦୀୟ ଜମି ଦେବାକୁ ନିର୍ଦ୍ଦେଶ

• ମୁସଲମାନ ମାନଙ୍କୁ ଅନ୍ୟ ସ୍ଥାନରେ ଜମି ଦେବାକୁ ନିର୍ଦ୍ଦେଶ

• ବିକଳ୍ପ ସ୍ଥାନରେ ଜମି ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

• ସୁନୀ ୱାକଫ ବୋର୍ଡକୁ ୫ ଏକର ଜମି ଯୋଗାଇଦେବାକୁ ନିର୍ଦ୍ଦେଶ

• ଅଯୋଧ୍ୟାରେ ହିଁ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ

• ମନ୍ଦିର ତିଆରି ପାଇଁ ଗଠନ ହେବ ଟ୍ରଷ୍ଟ

• ୩ ମାସ ମଧ୍ୟରେ ଟ୍ରଷ୍ଟ ବୋର୍ଡ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ

• ଟ୍ରଷ୍ଟ ବୋର୍ଡରେ ନିର୍ମୋହୀ ଆଖଡାର ପ୍ରତିନିଧି ରହିବେ

• ୟୁପି ସରକାର ସହ ମିଶି ଟ୍ରଷ୍ଟ ଗଠନ କରିବାକୁ ନିର୍ଦ୍ଦେଶ

• ହିନ୍ଦୁଙ୍କ ବିଶ୍ୱାସ ରହିଛି ଅଯୋଧ୍ୟାରେ ରାମ ଜନ୍ମ ହୋଇଥିଲେ

• ଆସ୍ଥା ବିଶ୍ୱାସ ଉପରେ କୌଣସି ବିବାଦ ହୋଇପାରିବ ନାହିଁ

• ବାବରୀ ମସଜିଦ ଖାଲି ସ୍ଥାନରେ ତିଆରି ହୋଇନଥିଲା

• ଖନନରୁ ଯାହା ମିଳିଛି ସେଠି ଇସଲାମିକ ଢାଂଚା ନଥିଲା

• ଏଏସଆଇ ରିପୋର୍ଟରେ ଗମ୍ବୁଜ ତଳେ ମନ୍ଦିର ଅଛି

• ଏଏସଆଇ ରିପୋର୍ଟ କହୁଛି ସେଠାରେ ମନ୍ଦିର ଥିଲା

• ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣର ଉଲ୍ଲେଖ ନାହିଁ

• ଦ୍ୱାଦଶ ଓ ଷୋଡଶ ଶତାଦ୍ଦୀର କଣ ଥିଲା ସେ ନେଇ ସ୍ପଷ୍ଟ ସୂଚନା ନାହିଁ

• ସୀତା ରୋଷେଇ, ସିଂହଦ୍ୱାର ଓ ବେଦୀ ଥିବାର ଉଲ୍ଲେଖ ଅଛି

• ଅଯୋଧ୍ୟା ରାମଙ୍କ ଜନ୍ମଭୂମି ନେଇ କୌଣସି ବିବାଦ ନାହିଁ

• ଜମି ଉପରେ କବଜା ନେଇ ପ୍ରମାଣ ଦେବାରେ ମୁସଲମାନ ପକ୍ଷ ବିଫଳ

• ଇଂରେଜ ଶାସନ ସମୟରେ ନମାଜ ପଢିବାର ପ୍ରମାଣ ନାହିଁ

• ଅଷ୍ଟାଦଶ ଶତାଦ୍ଦୀ ପର୍ଯ୍ୟନ୍ତ ନମାଜ ପାଠର କୌଣସି ପ୍ରମାଣ ନାହିଁ

• ଏକାସାଂଗରେ ନମାଜପାଠ ଓ ପୂଜା ହୁଏ ନାହିଁ

• ହିନ୍ଦୁମାନେ ସୀତା ରୋଷେଇରେ ପୂଜା କରୁଥିଲେ

• ୧୯୪୯ ଡିସେମ୍ବର ପର୍ଯ୍ୟନ୍ତ ଶୁକ୍ରବାର ନମାଜ ପଢୁଥିଲେ ମୁସଲମାନ

ଏପଟେ ଶୁଣାଣି ପୂର୍ବରୁ ଅଯୋଧ୍ୟାରେ ୧୪୪ଧାରା ବଳବତର ରହିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଅଯୋଧ୍ୟାରେ ୪ହଜାର ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି । ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷାକର୍ମୀ ମୁତୟନ ପାଇଁ କଡା ନିର୍ଦ୍ଦେଶ ରହିଛି । ଦେଶରେ ଯେପରି କୌଣସି ଅପ୍ରିତିକର ଘଟଣା ନଘଟେ ସେଥିପ୍ରତି ସଜାଗ ରହିବା ପାଇଁ ସବୁ ରାଜ୍ୟ ସରକାରମାନଙ୍କୁ ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।