ଉତ୍ତରପ୍ରଦେଶରେ ତ୍ରେତୟା ଯୁଗ ! ଦଶରଥଙ୍କ ନାଁରେ ମେଡିକାଲ, ରାମଙ୍କ ନାଁରେ ବିମାନ ବନ୍ଦର, ଫୈଜାବାଦ ହେଲା ଅଯୋଧ୍ୟା ।

ଏହି ଦୀପାବଳୀ ଉପଲକ୍ଷେ ୟୁପି ସରକାର ଯୋଗୀ ଆଦିତ୍ୟନାଥ ଏକ ବଡ ଘୋଷଣା କରିଛନ୍ତି ।

262

ଅଯୋଧ୍ୟାରେ ଦୀପାବଳୀ ପାଇଁ ଆଜି ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଦୀପାବଳୀ ଉପଲକ୍ଷେ ୟୁପି ସରକାର ଯୋଗୀ ଆଦିତ୍ୟନାଥ ଏକ ବଡ ଘୋଷଣା କରିଛନ୍ତି । ପୂର୍ବରୁ ଫୈଜାବାଦ ନାମରେ ନାମିତ ଥିବା ଜିଲ୍ଲାକୁ ଆଜି ୟୁପି ସରକାର ଅଯୋଧ୍ୟା ନାମରେ ନାମିତ କରିଛନ୍ତି । ସିଏମ ଯୋଗୀ ଆଦିତ୍ୟନାଥ ଲୋକମାନଙ୍କୁ ଦୀପାବଳୀ ଉପଲକ୍ଷେ ସୁବେଚ୍ଛା ଜଣାଇ କହିଛନ୍ତି ଆଜ ଠାରୁ ଫୈଜାବାଦକୁ ବି ଅଯୋଧ୍ୟା ନାମରେ ଜଣାଯିବ ।

ସୂଚନା ଅନୁଯାୟୀ, ଅଯୋଧ୍ୟାରେ ଦୀପାବଳୀକୁ ନେଇ କିଛି ଏଭଳି ଭାବେ ଆୟୋଜନ କରାଯାଉଛି, ଯାହାକି ତ୍ରେତୟା ଯୁଗକୁ ମନେ ପକାଇ ଦେଉଛି । ଯେତେବେଳେ ଶ୍ରୀ ରାମଚନ୍ଦ୍ର ଲଙ୍କା ବିଜୟ କରିବା ପରେ ଅଯୋଧ୍ୟା ଆଗମନ କରିଥିଲେ ସେତେବେଳେ ମଧ୍ୟ ଠିକି ଏଭଳି ଭାବେ ଅଯୋଧ୍ୟାକୁ ସୁସଜ୍ଜିତ କରାଯାଇଥିଲା । ତେବେ ଏହା ପୂର୍ବରୁ ମଧ୍ୟ ଯୋଗୀ ସରକାର ଇହ୍ଲାବାଦର ନାମ ପ୍ରୟାଗରାଜ ଘୋଷଣା କରିଥିଲେ । ଏହା ସହିତ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ନାମ ପରିବର୍ତନ କରି ଅଟଳ ବିହାରି ବାଜପେୟୀଙ୍କ ନାମରେ ନାମିତ କରିଥିଲେ ।

ଅଯୋଧ୍ୟାରେ ଏୟାରପୋର୍ଟ ଏବଂ ମେଡିକାଲ କଲେଜ୍ :

ଦୀପାବଳୀ ଅବସରରେ ୟୁପିର ଯୋଗୀ ସରକାର ଫୈଜାବାଦର ନାମ ପରିବର୍ତନ କରିବା ସହ ଆଉ କେତେକ ବଡ ପଦକ୍ଷେପ ନିଆଯାଇଥିବା ଘୋଷଣା ମଧ୍ୟ କରିଛନ୍ତି । ଯୋଗୀ ସରକାର ଅଯୋଧ୍ୟାରେ ରାଜା ଦଶରଥଙ୍କ ନା’ମରେ ଏକ ମେଡିକାଲ କଲେଜ ଖୋଲାଯିବ ବୋଲି ଘୋଷଣା କରିଛନ୍ତି । ଯାହା ଲୋକମାନଙ୍କ ପାଇଁ ବେଶ୍ ଉପଯୋଗୀ ହୋଇପାରିବ । କେବଳ ସେତିକି ନୁହେଁ ଯୋଗୀ ଆଦିତ୍ୟନାଥ ଶ୍ରୀ ରାମଚନ୍ଦ୍ରଙ୍କ ନାଁରେ ଏକ ବିମାନ ବନ୍ଦର କରାଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି ।