ଭୋଟ ପାଇଁ ଅଳିଆଗଦାରେ ବସିଲେ, ରାସ୍ତାରେ ଜମିଥିବା ପାଣିରେ ଶୋଇଲେ ନେତା ! ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ

31

ନିର୍ବାଚନ ପ୍ରଚାର ପାଇଁ ନେତା ଅଳିଆଗଦାରେ ବସିଲେ ତା ସାଙ୍ଗକୁ ଡ୍ରେନ ପାଣିରେ ଶୋଇଲେ । ପାକିସ୍ତାନରେ ଆସନ୍ତା ଜୁଲାଇ ୨୫ରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ଜିତିବା ପାଇଁ ବିଭିନ୍ନ ପ୍ରାର୍ଥୀ ଓ ଦଳ ଦିନ ରାତି ଏକ କରି ଦେଇଛନ୍ତି । ହାଇଭୋଲଟେଜ ପ୍ରଚାର ସାଙ୍ଗକୁ ଲୋକଙ୍କୁ ଆକୃଷ୍ଟ କରିବାକୁ ନେତା ମାନେ ଅନେକ ପ୍ରତିଶୃତି ଦେଉଛନ୍ତି । ତେବେ ଏହା ଭିତରେ ଜଣେ ପ୍ରାର୍ଥୀ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନୂଆ ଉପାୟ ଆପଣାଇଛନ୍ତି । ଯାହା ପୂରା ପାକିସ୍ତାନ ସମେତ ଅନ୍ୟ ଦେଶରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅପୁଯାୟୀ, କରାଚୀ ସଂସଦୀୟ କ୍ଷେତ୍ରରୁ ଆମ ଆଦମୀ ପାକିସ୍ତାନ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଆୟାଜ ମେମନ । ସ୍ୱଚ୍ଛତାକୁ ନିର୍ବାଚନ ମୁଦ୍ଦା କରି ଆୟାଜ ନିର୍ବାଚନ ମୈଦାନକୁ ଓହ୍ଳାଇଛନ୍ତି । ତେବେ ଏହାର ପ୍ରଚାର କରିବା ପାଇଁ ଆୟାଜ ଏକ ନୂଆ ତରିକା ଆପଣାଇଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆୟାଜ ଅଳିଆ ଗଦାରେ ବସିବାକୁ ପଛାଇ ନାହାନ୍ତି । ଏପରିକି ଡ୍ରେନ ପାଣିରେ ଶୋଇବା ସହ ଏହାର ପାଣିକୁ ମଧ୍ୟ ପିଇଛନ୍ତି । ଆଉ ଏଭଳି ନିଆରା ପ୍ରଚାର କରି ଭୋଟ ମାଗିଛନ୍ତି ଆୟାଜ । ନିର୍ବାଚନମଣ୍ଡଳୀ କେତେ ସ୍ୱଚ୍ଛ ଓ ଡ୍ରେନେଜ ବ୍ୟବସ୍ଥା କଭିଳି ରହିଛି ତାହା ଭୋଟରଙ୍କୁ ଦେଖାଇବାକୁ ଆୟାଜ ଏଭଳି କରିଛନ୍ତି ।

ଅଳିଆ ଗଦାରେ ବସିବା ଓ ଡ୍ରେନରେ ଶୋଇଥିବା ଫଟୋ ଓ ଭିଡ଼ିଓକୁ ଆୟାଜ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା । ଆୟାଜଙ୍କ ଏହି ପଲଟିକାଲ ଷ୍ଟଣ୍ଟ ମଧ୍ୟ ଲୋକଙ୍କ ୁ ବେଶ ପସନ୍ଦ ଆସିଛି । ଆୟାଜ ଏବେ ଇଣ୍ଟରନେଟରେ ଲୋକପ୍ରିୟ ରାଜନେତା ଭାବେ ଉଭା ହୋଇଛନ୍ତି ।