‘ସମଲିଙ୍ଗୀ’କହିବାରୁ ରାଜପ୍ରାସାଦରୁ ତଡା ଖାଇଲେ ରାଜକୁମାର । ଏବେ କିଭଳି ଜୀବନ ବିତାଉଛନ୍ତି ମାନବେନ୍ଦ୍ର?

75

ସମଲିଙ୍ଗୀ ବିବାଦ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେ ବୋଲି ସୁପ୍ରିମକୋର୍ଟ କହିବା ପରେ ଏଲଜିବିଟି ସମାଜରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କ ସପକ୍ଷରେ ରାୟ ଯିବ ବୋଲି ସେମାନେ ଆଶା କରିଛନ୍ତି । ଏହି ଅବସରରେ ଆମେ ଏପରି ଜଣେ ଭାରତୀୟ ରାଜକୁମାରଙ୍କ ବିଷୟରେ କହିବୁ ଯିଏ ନିଜ ଖୋଲାଖୋଲି ଭାବେ ନିଜକୁ ଗେ ବୋଲି କହିବା ସହ ଅନ୍ୟ ଏଲଜିବିଟିକୁ ସମର୍ଥନ କରିବା ପାଇଁ କହିଥିଲେ ।

ଏହି ରାଜକୁମାର ହେଉଛନ୍ତି ,ଗୁଜରାଟ ରାଜପିପାଲା ମହାରାଜଙ୍କ ପରିବାରର ମାନବେନ୍ଦ୍ର ସିଂହ ଗୋହିଲ । ସେ ଲକ୍ଷ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପରିଚାଳନା ଦାୟିତ୍ୱରେ ଅଛନ୍ତି । ଗୋହିଲ ସମଲିଙ୍ଗୀଙ୍କ ପାଇଁ ୧୫ ଏକର ଜମି ଖୋଲା କରିଛନ୍ତି । ଏଠାକୁ ଆସୁଥିବା ଲୋକଙ୍କ ପାଇଁ ଘର ମଧ୍ୟ ନିର୍ମାଣ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଗୋହିଲ ନିଜକୁ ଗେ କହିବା ପରେ, ୨୦୦୬ରେ ତାଙ୍କୁ ଘରୁ ବିତାଡିତ ହେବାକୁ ପଡିଥିଲା । ପରେ ସମଲିଙ୍ଗୀ ଯୌନ କର୍ମୀଙ୍କୁ ସାହଯ୍ୟ କରିବା ପାଇଁ ଖୋଲିଥିଲେ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ଗୋହିଲଙ୍କ ସଂସ୍ଥା ସମଲିଙ୍ଗୀ ସମାଜକୁ ବିଭିନ୍ନ ପ୍ରକାର ସାହାଯ୍ୟ କରିବା ସହ ସେମାନଙ୍କୁ ପାଠ ପଢାଉଛନ୍ତି । ତା ସହ ଏଡସ ରୋଗର ନିରାକରଣ ନେଇ ଲୋକଙ୍କୁ ସଚେତନ କରାଉଛନ୍ତି ।

ଆପଣମାନଙ୍କୁ କହିଦେଉଛୁ ଆଜି ବି ଭାରତରେ ସମଲିଙ୍ଗୀ  ସଂପର୍କ ଏକ ଅପରାଧ । ୮୯ ବର୍ଷ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ସମଲିଙ୍ଗୀ ସମ୍ପର୍କ ସପକ୍ଷରେ ରାୟ ଦେଇଥିଲେ । ଘରୋଇ ସ୍ଥାନ କିମ୍ବା ଛୋଟ ପିଲାଙ୍କ ଆଗରେ ଯୌନ ସମ୍ପର୍କ ଏକ ଅପରାଧ ବୋଲି କହିଥିଲେ ।ଏହା ସମ୍ବିଧାନର ଧାରା ୨୧,୧୪ ଓ ୧୫ ଉଲଂଘନ କରୁଛି ବୋଲି ସେ କହିଥିଲେ । ୨୦୦୯ରେ ଦିଲ୍ଲୀ ହାଇକୋର୍ଟ ରାୟ ଦେବା ପରେ ସମଲିଙ୍ଗୀ ସମ୍ପର୍କ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା ।

ସୌଜନ୍ୟ : ଆଜତକ