ଆଗକୁ ନିର୍ବାଚନ ! ସଚିବାଳୟରେ ଇଭିଏମ ଓ ଭିଭିପାଟର କାର୍ଯ୍ୟକାରିତା ନେଇ ସଚେତନତା ଶିବିର

141

କନକ ବ୍ୟୁରୋ : ସଚିବାଳୟରେ ଇଭିଏମ ଓ ଭିଭିପାଟର କାର୍ଯ୍ୟକାରିତା ନେଇ ସଚେତନତା ଶିବିର କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ସଚେତନ କରାଇଛନ୍ତି । ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ଅଧୀକାରଙ୍କୁ ନେଇ ମକପୋଲ କରାଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଥମ ମକ ଭୋଟ ଦେଇଛନ୍ତି । ଇଭିଏମ ଶତ ପ୍ରତିଶତ ସୁରକ୍ଷିତ ବୋଲି ଆଦିତ୍ୟ ପାଢୀ କହିଛନ୍ତି ।

୫୧ ହଜାର ଗାଁରେ ୩୧ ଲକ୍ଷ ଲୋକଙ୍କୁ ମକ ପୋଲ କରାଯାଇଛି । ୮୦୦ଟି ସଚେତନ ଗାଡି ବୁଲୁଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି । ଇଭିଏମ ସଂପୂର୍ଣ୍ଣ ବିଶ୍ୱସନୀୟ ବୋଲି ସିଇଓ କହିଛନ୍ତି । ଆସନ୍ତା ୧୪ ରେ ଓଡିଶା ଆସିବେ କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ । ଓଡିଶାରେ କିଭଳି ଚାଲିଛି ପ୍ରସ୍ତୁତି ସେ ନେଇ ଆଲୋଚନା କରିବେ ।

ସୂଚନାଯୋଗ୍ୟ ଗତ କିଛି ଦିନ ପୂର୍ବରୁ ନିର୍ବାଚନରେ ଅଂଶଗ୍ରହଣ ନିମନ୍ତେ ଭୋଟର ଭାଇଭଉଣୀମାନଙ୍କ ସୁବିଧା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ‘ଭୋଟର ସହାୟତା କେନ୍ଦ୍ର’ ଖୋଲିଥିଲା । ସହାୟତା କେନ୍ଦ୍ରରେ ଭୋଟରମାନେ ସେମାନଙ୍କ ନାମ, କ୍ରମିକ ସଂଖ୍ୟା ଏବଂ କେଉଁ ବୁଥ ସେମାନେ ଭୋଟ୍ ଦେଇପାରିବେ ସେନେଇ ସବିଶେଷ ତଥ୍ୟ ଜାଣିପାରିବେ ।