ରକ୍ତଦାନର ସଚେତନତା ପାଇଁ ନିଆରା ପ୍ରୟାସ ! ୭୦୦୦ କିଲୋମିଟର ଚାଲି ଚାଲି ଲୋକଙ୍କୁ କଲେଣି ସଚେତନ । ଅନ୍ୟ ପାଇଁ ପ୍ରେରଣା ସାଜିଲେ କିରଣ ।

108

ସମୟରେ ରକ୍ତ ନମିଳିବା କାରଣରୁ ପ୍ରତି ବର୍ଷ ହଜାର ହଜାର ଲୋକମାନଙ୍କର ଜୀବନ ଚାଲିଯାଇଥାଏ । ଆଉ ଏହା ମଧ୍ୟରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଅନ୍ୟମାନଙ୍କୁ କିପରି ରକ୍ତ ମିଳିବ ସେନେଇ ନିଜ ଝାଳ ବୁହାଇ ଚାଲିଛନ୍ତି । ନୋଏଡାର ଏକ ବିଶ୍ୱବିଦ୍ୟାଳୟର ମାର୍କେଟିଙ୍ଗ ହେଡ ୩୩ ବର୍ଷୀୟ ଏହି ଯୁବକ ହଜାର ହଜାର ଲୋକମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

ଏହି ଯୁବକଙ୍କର ନାମ ହେଉଛି କିରଣ ବର୍ମା । ରକ୍ତଦାନ ପ୍ରତି ସଚେତନତା ଦିଗରେ ଏହି ବ୍ୟକ୍ତିଜଣଙ୍କ ହଜାର ହଜାର କିଲୋମିଟର ପାଦରେ ଚାଲି ଚାଲି ସଚେତନତା ବର୍ତ୍ତା ବାଣ୍ଟୁଛନ୍ତି । ଭାରତରେ ପ୍ରତି ବର୍ଷ ରକ୍ତ ଅଭାବରୁ ୧୨୦୦୦ ରୁ ଉଦ୍ଧ୍ୱର୍ ଲୋକଙ୍କର ମୃତ୍ୟୁ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି କିରଣ ବର୍ମା ଏକ ନିଆରା ପ୍ରୟାସ ଜାରି ରଖିଛନ୍ତି । ତେବେ କିରଣ ହେଉଛନ୍ତି ମୋବାଇଲ ଆପ ସିମ୍ପୁଲ ବ୍ଲଡ ର ପ୍ରତିଷ୍ଠାତା । ଏହି ମୋବାଇଲ ଆପ ସାହାଯ୍ୟରେ ଅନଲାଇନ ବ୍ଲଡ ଡୋନରଙ୍କୁ ଖୋଜାଯାଇପାରିବ । କରିଣ ବର୍ମାଙ୍କ କହିବା କଥା ସେ ତାଙ୍କର ଏହି ଅଭିଜାନ ପ୍ରୟାସରେ ପାଖାପାଖି ୧.୫ ଲକ୍ଷ ଲୋକଙ୍କର ଡାଟାବେସକୁ ଯୋଡିବାକୁ ଚାହୁଁଛନ୍ତି ।

ଏହି ପ୍ରୟାସ ଜରିଆରେ କିରଣ ୧୧ଟି ଦେଶରେ ଏପର୍ଯ୍ୟନ୍ତ ୨୦୦୦ରୁ ଅଧିକ ଲୋକଙ୍କର ଜୀବନ ବଞ୍ଚାଇ ସାରିଲେଣି । ସେ ଗତ ଜାନୁଆରୀ ୨୬ ତାରିଖରୁ ଏହି ପ୍ରୟାସ ଶ୍ରୀନଗରର ଲାଲଚୌକ ଠାରୁ ଆରମ୍ଭ କରିଥିଲେ । ତେବେ ଏପର୍ଯ୍ୟନ୍ତ ଉଦୟପୁର, ବଡୋଦରା, ଚେନ୍ନାଇ ଏବଂ ବାଙ୍ଗାଲୋର ସହର ପରିକ୍ରମା କରି ଜାମ୍ମୁକାଶ୍ମୀର, ପଞ୍ଜାବ, ହିମାଚଳ, ରାଜସ୍ଥାନ, ଗୁଜୁରାଟ, କେରଳ, ଗୋଆ, ମହାରାଷ୍ଟ୍ର, କର୍ଣ୍ଣାଟକ ପରି ଅନେକ ରାଜ୍ୟରେ ପହଞ୍ଚିସାରିଲେଣି । ମାତ୍ର ତିନି ମାସରେ ପାଦରେ ଚାଲିଚାଲି ଏବଂ ପବ୍ଲିକ ଟ୍ରାନ୍ସପୋର୍ଟ ସହାୟତାରେ ସେ ୭ ହଜାର କିଲୋମିଟର ଯାତ୍ରା କରିସାରିଲେଣି ।

ଜାତୀୟ ଗଣମାଧ୍ୟମକୁ କରିଣ ବର୍ମା କହିଛନ୍ତି ଯେ, ଅନେକ ସହରରେ ରକ୍ତଦାନର ସଂଖ୍ୟା କମିଯାଇଛି । ଆଉ ଏହି କାରଣରୁ ସେ ସଚେତନତାର ଏହି ବାର୍ତ୍ତା ବାଣ୍ଟି ଚାଲିଛନ୍ତି । ସେ ପ୍ରତି ୧ କିଲୋମିଟରରେ ୧୦ ଜଣ ଲୋକମାନଙ୍କ ସହ ମିଶିବାକୁ ଲକ୍ଷ୍ୟ ରଖିଛନ୍ତି ।

ତେବେ କ୍ୟାନ୍ସର କାରଣରୁ ନିଜ ମାଙ୍କୁ ହରାଇବା ପରେ କିରଣ ବର୍ମାଙ୍କୁ ଏଭଳି ମିଶନ ଏବଂ ଏଭଳି ଆପ କରିବା ପାଇଁ ପ୍ରେରଣା ମିଳିଥିଲା । ତେ କିରଣ ସ୍କୁଲ, ରେଲୱେ ଷ୍ଟେସନ ଏବଂ ବସ ଷ୍ଟପ ଆଦି ସ୍ଥାନ ମାନଙ୍କରେ ୬,୫୦,୦୦୦ ଲୋକମାନଙ୍କ ସହ ସାକ୍ଷାତ କରିସାରିଲେଣି । ଏପରିକି ରକ୍ତଦାନ ସଚେତନତା ପାଇଁ ସେ ନେପାଳ ଏବଂ ଭୂଟାନ ମଧ୍ୟ ଯାଇସାରିଲେଣି ।