ଓଡ଼ିଶା ସିନେ ନିର୍ମାତା-ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ପରଲୋକ ! ଭୁବନେଶ୍ୱର ଏମ୍ସରେ ହେଉଥିଲେ ଚିକିତ୍ସିତ

204

କନକ ବ୍ୟୁରୋ : ଓଡ଼ିଆ ସିନେମାର ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ପରଲୋକ । ଫୁସଫୁସ୍ ଜନିତ ରୋଗରେ ପୀଡ଼ିତ ଥିଲେ ଚକ୍ରଧର ସାହୁ । ସେ ‘ନୀଳମାଷ୍ଟ୍ରାଣୀ’, ‘ତୁମକୁ ତ ପାରୁନି ତ ଭୁଲି’, ‘କେବେ ତୁମେ ନାହଁ, କେବେ ମୁଁ ନାହିଁ ’ ଓ ‘ମୀମାଂସା’ ପରି ଚର୍ଚ୍ଚିତ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି । ଚକ୍ରଧର ସାହୁଙ୍କ ପରଲୋକରେ ସିନେଜଗତ ସହିତ ବୁଦ୍ଧିଜୀବୀ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

http://www.prameyanews.com/

ଅସୁସ୍ଥତା ହେତୁ ସେ ଗତ ୧୫ ଦିନ ଧରି ଭୁବନେଶ୍ୱର ଆମ୍ରି ହସ୍ପିଟାଲ ଚିକିତ୍ସିତ ହେଉଥିଲେ । ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏମସ୍ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳ ୫ଟା ୪୫ ମିନିଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଜନ୍ମିତ ଶ୍ରୀ ସାହୁ ପୁନେ ଫିଲ୍ମ୍ ଇନଷ୍ଟିଚ୍ୟୁଟ୍ରୁ ଫିଲ୍ମ ଏଡିଟିଂରେ ଡିପ୍ଲୋମା କରିଥିଲେ ।

ସେ କିଛି ଦିନ ମୁମ୍ବାଇରେ କାର‌୍ୟ୍ୟ କରିବା ପରେ ଓଡ଼ିଶା ଆସିଥିଲେ । ପ୍ରସିଦ୍ଧ ହିନ୍ଦୀ ସିନେମା ନିର୍ଦ୍ଦେଶକ ଶ୍ୟାମ ବୋନଗାଲଙ୍କ ସହକାରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରେ ପଢ଼ିବା ବେଳେ ରାଜକୁମାର ହୀରାନୀ, ସଞ୍ଜୟ ଲୀଳା ଭଂସାଲିଙ୍କ ପରି ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କର ସହପାଠୀ ଥିଲେ । ତାଙ୍କର ମୃତ୍ୟୁରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅପୂରଣନୀୟ କ୍ଷତି ସୃଷ୍ଟି ହୋଇଛି ଓ ଶୋକର ଛାୟା ଖେଳିଯାଇଛି ।