ସାବଧାନ୍ ! ଫେସବୁକ୍ ଆକାଉଂଟ୍ ହ୍ୟାକ୍ କରିବା ପାଇଁ ହ୍ୟାକର୍ସ ପଚାରୁଛନ୍ତି ଏହି ସହଜ ପ୍ରଶ୍ନ

40

ଆକାଉଂଟକୁ ସୁରକ୍ଷିତ ରଖିବା ପାଇଁ ଫେସବୁକ୍ ନୂଆ ନୂଆ ସିକ୍ୟୁରିଟି ଫିଚର୍ ନିଜ ପେଜରେ ଯୋଡି ଚାଲିଛି । ଫଳରେ ହ୍ୟାକର ମାନେ ମଧ୍ୟ ଫେସବୁକ୍ ଆକାଉଂଟ୍ ହ୍ୟାକ୍ କରିବା ପାଇଁ ନୂଆ ନୂଆ ଉପାୟ ବାହାର କରୁଛନ୍ତି । ଏବେ ଆକାଉଂଟ୍ ହ୍ୟାକ୍ କରିବା ପାଇଁ ଏକ ମେମେ ଭାଇାରାଲ୍ ହେବାରେ ଲାଗିଛି । ଏହି ମେମେ ଜରିଆରେ ହ୍ୟାକର୍ସ କିଛି ସହଜ ପ୍ରଶ୍ନ ପଚାରି ଆକାଉଂଟ୍ ତଥ୍ୟ ଚୋରି କରୁଛନ୍ତି ।

ସୂଚନା ଅନୁଯାୟୀ, ଏହି ମେମେ ଜରିଆରେ ଆପଣ ଯାଇଥିବା ୧୦ଟି କନସର୍ଟ ନାଁ ଫେସବୁକରେ ଦେବାକୁ ପଡିବ । ତେବେ ତା ଭିତରୁ ଗୋଟିଏ ଉତ୍ତର ଭୁଲ୍ ହେବ । ଏହା ପରେ ଆପଣଙ୍କ ସାଙ୍ଗ ମାନଙ୍କ ଅନୁମାନ କରି କହିବାକୁ ପଡିବ ଯେ ଆପଣ ଯାଇଥିବା ୧୦ଟି କନସର୍ଟ ମଧ୍ୟରୁ କେଉଁଟା ଆପଣଙ୍କ ପ୍ରଥମ କନସର୍ଟ ।

ତେବେ ମଜାଦାର ଲାଗୁଥିବା ଏହି ଖେଳ ପଛରେ କିନ୍ତୁ ଲୁଚି ରହିଛି ବହୁତ ବଡ ସିକ୍ୟୁରିଟି ରିସ୍କ । କାରଣ ଆପଣ ଯାଇଥିବା ପ୍ରଥମ କନସର୍ଟ ହିଁ ଏକ ଗୁପ୍ତ ପ୍ରଶ୍ନ । ଯେମିତି ହିଁ ଉତ୍ତର ଦେବା ପାଇଁ ଏହି ପ୍ରଶ୍ନ ଉପରେ କ୍ଲିକ୍ କରିବେ କିଛି କ୍ଷଣ ମଧ୍ୟରେ ଆପଣଙ୍କ ଫେସବୁକ୍ ଆକାଉଂଟ୍ ହ୍ୟାକ୍ ହୋଇଯିବ । ତେଣୁ ଯେବେ ବି ଏପରି କିଛି ପ୍ରଶ୍ନ ଆପଣଙ୍କୁ ଆସେ ତେବେ ଏହାର ଉତ୍ତର ଦିଅନ୍ତୁ ନାହିଁ ।