ଗୋଡଛନ୍ଦି ବସୁଛନ୍ତି କି ? ଜାଣନ୍ତୁ ଏପରି ବସିବା ଦ୍ୱାରା କ’ଣ ହୋଇପାରେ କ୍ଷତି

59

ଆପଣ ଗୋଡଛନ୍ଦି ବସୁଛନ୍ତି କି ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ଗୋଡଛନ୍ଦି ବସିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ବର୍ତ୍ତମାନ ଅଧିକାଂଶ ଲୋକ ଏଭଳି ଷ୍ଟାଇଲରେ ବସୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଅଧିକାଂ ଶ ଜାଣନ୍ତି ନାହିଁ ଏଭଳି ଷ୍ଟାଇଲରେ ବସିବା ଦ୍ୱାରା ଆପଣଙ୍କ ଗୋଡରେ ଅନେକ କୁପ୍ରଭାବ ପଡିଥାଏ । ଏଭଳି ବସିବା ଷ୍ଟାଇଲକୁ ‘ଲେଡି ଲାଇକ’ ଷ୍ଟାଇଲ ବୋଲି କୁହାଯାଇଥାଏ । ଏହା ଦ୍ୱାରା ରକ୍ତଚାପ ବଢିବା ଠାରୁ ଆରମ୍ଭ କରି ଭେନରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ ।

ତେବେ ଜାଣନ୍ତୁ ଗୋଡ ଛନ୍ଦି ବସିବା ଦ୍ୱାରା ଶରୀରରେ କଣ ପ୍ରଭାବ ପଡିଥାଏ :

-ଅଧିକ ସମୟ ଗୋଡ ଛନ୍ଦି ବସିବା ଦ୍ୱାରା ଶରୀରରେ ଥିବା ନର୍ଭମାନଙ୍କ ଉପରେ ଚାପ ବଢିବା ଯୋଗୁ ଶରୀରର ରକ୍ତଚାପ ବଢିଥାଏ । ଯେଉଁମାନଙ୍କର ରକ୍ତଚାପ ନାହିଁ, ସେମାନେ ମଧ୍ୟ ଏଭଳି ଷ୍ଟାଇଲରେ ବସିବା ଅନୁଚିତ ।

– ଏଭଳି ବସିବା ଦ୍ୱାରା ପେରୋନାଲ ନର୍ଭ ପଙ୍ଗୁ ହୋଇଯିବାର ଭୟ ଥାଏ । ଲମ୍ବା ସମୟ ପର୍ଯ୍ୟନ୍ତ ଗୋଡ ଛନ୍ଦି ବସିଲେ ଶରୀରର ତନ୍ତ୍ରିକା ଗୁଡିକ ଦବି ଯିବା ସହ ଏହା ନଷ୍ଟ ହେବାର ସମ୍ଭାବନା ଥାଏ ।

– ଗୋଡ ଛନ୍ଦି ବସିବା ଦ୍ୱାରା ଶରୀରରେ ରକ୍ତ ପ୍ରବାହ ପ୍ରଭାବିତ ହୋଇଥାଏ । ଗୋଟିଏ ଗୋଡ ଉପରେ ଆଉ ଗୋଟିଏ ଗୋଡ ପକାଇ ବସିଲେ ଅଧିକ ପରିମାଣର ରକ୍ତ ହାର୍ଟକୁ ଯାଇଥାଏ । ଯାହା ଶରୀର ଉପରେ କୁପ୍ରଭାବ ପକାଇଥାଏ ।

– ଏଭଳି ଷ୍ଟାଇଲରେ ବସିଲେ ଗୋଡରେ ଅସନ୍ତୁଳନ ଦେଖାଦେଇଥାଏ । ଏହା ଦ୍ୱାରା ଗୋଡର ଭିତର ଓ ବାହାର ମସଲସ ଉପରେ ପ୍ରଭାବ ପଡିଥାଏ । ଫଳରେ ଗୋଡର ଗଣ୍ଠି ଗୁଡିକରେ ଅଧିକ ଯନ୍ତ୍ରଣା ହୋଇଥାଏ ।

ତେଣୁ ଆପଣ ବସିବା ବେଳେ ଅଧିକ ସମୟ ଗୋଡ ଉପରେ ଗୋଡରଖି ନବସି ଅଲଗା ଅଲଗା ଷ୍ଟାଇଲରେ ବସନ୍ତୁ । କୌଣସି ଗୋଟିଏ ପ୍ରକାର ଶୈଳୀରେ ଅଧିକ ସମୟ ବସନ୍ତୁ ନାହିଁ ।