ଲିଫ୍ଟ ବନ୍ଦ ହୋଇଗଲେ କଣ କରିବେ ? ଏହି ସମୟରେ ନିଜକୁ କିପରି ବଂଚାଇବେ, ଜାଣନ୍ତୁ

41

ଯଦି ଆପଣ କୌଣସି ଉଚ୍ଚ ମହଲାରେ ରହୁଛନ୍ତି କିମ୍ବା ସେଭଳି କୌଣସି ବିଲ୍ଡିଂରେ କାମ କରୁଛନ୍ତି ଏବଂ ସିଡିରେ ନ ଯାଇ ଲିପ୍ଟରେ ଯାଇଛନ୍ତି ତେବେ ଆପଣଙ୍କ ମନରେ ଲିଫ୍ଟକୁ ନେଇ ଏଣୁତେଣୁ ପ୍ରଶ୍ନ ନିଶ୍ଚୟ ଆସିଥିବ । କାରଣ ଯେଭଳି ଭାବରେ ଲିଫ୍ଟକୁ ନେଇ ଦୁର୍ଘଟଣାମାନ ଘଟିଚାଲିଛି । ସେ ସବୁ ଜାଣିବା ପରେ ଭୟ ଲାଗିବା ସ୍ୱାଭାବିକ । ସେହିପରି ଯଦି ଆପଣ କୌଣସି ଛୋଟ ପିଲାଙ୍କୁ ନେଇ ଲିଫ୍ଟରେ ଯାଇଛନ୍ତି କିମ୍ବା ଆପଣଙ୍କ ପିଲାଙ୍କୁ ଏକାକୀ ଲିଫ୍ଟରେ ଛାଡୁଛନ୍ତି ତେବେ ଏସମୟରେ ଆପଣଙ୍କୁ ସତର୍କ ରହିବା ଉଚିତ୍ ନଚେତ୍ ଏହି ଲିଫ୍ଟ ପାଇଁ ଆପଣଙ୍କ ପିଲାର ଜୀବନ ମଧ୍ୟ ଚାଲିଯିବାର ସମ୍ଭାବନା ରହିଛି । ତେଣୁ ଆପଣ ଯେତେବେଳେ ବି ଲିଫ୍ଟରେ ଯାଉଛନ୍ତି କିମ୍ବା ପିଲାଙ୍କୁ ଏକା ଲିଫ୍ଟରେ ଛାଡୁଛନ୍ତି ତେବେ ଏଥିପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ । ତେବେ ଯାଇ ଆପଣ ଆଉ ଆପଣଙ୍କ ପରିବାର ସୁରକ୍ଷିତ ରହିବ ।

 ଲିଫ୍ଟ ବନ୍ଦ ହୋଇଗଲେ କଣ କରିବେ

• ଯଦି କୌଣସି କାରଣରୁ ଲିଫ୍ଟ ବନ୍ଦ ହୋଇଯାଏ ତେବେ ଏଥିରେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ବରଂ ୨୦ ସେକେଣ୍ଡ ଅପେକ୍ଷା କରନ୍ତୁ ।

• କାରଣ ୨୦ ସେକେଣ୍ଡ ପରେ ଅଟୋମେଟିକ ରେସକ୍ୟୁ ଡିଭାଇସ କାମ କରିବା ଆରମ୍ଭ କରିଦେଇଥାଏ ।

• ଏହି ଡିଭାଇସ ଜରିଆରେ ଲିଫ୍ଟ ଆପଣ ମାରିଥିବା ଫ୍ଲୋରରେ ପହଂଚିବା କ୍ଷଣି ଆପଣା ଛାଏଁ ଖୋଲି ଯାଇଥାଏ ।

• ଆପତକାଳୀନ ବଟନକୁ ବ୍ୟବହାର କରି ସୂଚନା ଦେଇପାରିବେ ।

• କିଛି କିଛି ଲିଫ୍ଟରେ ଟେଲିଫୋନ ଲଗାଯାଇଥାଏ । ତେବେ ଏହି ଫୋନ ଜରିଆରେ ବି ଆପଣ ସହଯୋଗ ମାଗିପାରିବେ ।

• ସେହିପରି ସାୟରନ ବଟନ ଜରିଆରେ ବି ଆପଣ ସୂଚନା ଦେଇପାରିବେ ।

• ବାହାରେ ଥିବା ଲୋକେ ମଧ୍ୟ ଡି-ଲକିଂକୁ ବ୍ୟବହାର କରି ଲିଫ୍ଟ ଖୋଲିପାରିବେ ।

• ଲିଫ୍ଟକୁ ରୋକିବା ପାଇଁ ଆପଣ ହାତ ଜାଗାରେ ସେଥିରେ ଥିବା ବଟନ ବ୍ୟବହାର କରିପାରିବେ ।

ଲିଫ୍ଟ ବନ୍ଦ ହୋଇଗଲେ କଣ ନକରିବା ଉଚିତ୍

• ଲିଫ୍ଟ ଅଟକି ଗଲେ ବାରମ୍ବାର ବଟନକୁ ଦବାନ୍ତୁ ନାହିଁ ।

• ଲିଫ୍ଟ କବାଟକୁ ନିଜେ ଖୋଲିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ ।

• ଲିଫ୍ଟ ଭିତରେ ଡିଅନ୍ତୁ ନାହିଁ ।

• ସେହିପରି ଲିଫ୍ଟକୁ ଅଟକାଇବା ପାଇଁ ହାତ କିମ୍ବା ଗୋଡ ବ୍ୟବହାର କରନ୍ତୁ ନାହିଁ ।

ପିଲାଙ୍କୁ ଲିଫ୍ଟରେ ନେବା ସମୟରେ କଣ କରିବେ

• ଛୋଟ ପିଲାଙ୍କୁ ଲିଫ୍ଟରେ ଏକାକୀ ପଠାନ୍ତୁ ନାହିଁ ।

• ପିଲାଙ୍କୁ ଲିଫ୍ଟକୁ କିପରି ବ୍ୟବହାର କରାଯାଏ ସେ ସଂପର୍କରେ ଭଲ ଭାବରେ ବୁଝାନ୍ତୁ ।

• ହେବ ଯଦି ନିଜେ ବି ପିଲାଙ୍କ ସହ ଲିଫ୍ଟରେ ଯାଆନ୍ତୁ ।