ଅକ୍ଷୟ ତୃତୀୟାକୁ ନେଇ ରାଜନୀତି : ନବୀନଙ୍କ କୃଷି ପ୍ରେମକୁ ହାଇଜାକ୍ କରିବାକୁ ବିଜେପିର ରଣନୀତି

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ତିଥିବାରକୁ ନେଇ ରାଜନୀତି । ମୁଖ୍ୟମନ୍ତ୍ରୀଙ୍କ କୃଷି ପ୍ରେମକୁ ହାଇଜାକ୍ କରିବାକୁ ବିଜେପି କରିଛି ରଣନୀତି । ଏଥିପାଇଁ ରାଜ୍ୟକୁ ଡାକିଛି କେନ୍ଦ୍ର କୃଷିମନ୍ତ୍ରୀଙ୍କୁ । ସେପଟେ କଂଗ୍ରେସ୍ ବି ଏ ଦୌଡରେ ପଛରେ ନାହିଁ ।

ଭଲ ଚାଷ ପାଇଁ ଚଷାଭାଇଙ୍କୁ ଶୁଭକାମନା ଜଣାଇବା ସହ ଅକ୍ଷି ମୁଠି ଅନୂକୁଳ କରିବେ ବିଜେଡି ସୁପ୍ରିମୋ । ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ଲକ୍ଷ୍ମୀନାରାୟଣପୁରରେ ଏଥିପାଇଁ ହୋଇଛି ଆୟୋଜନ । ସେହିପରି ନବୀନଙ୍କ ଅକ୍ଷୟ ତୃତୀୟାକୁ ହାଇଜାକ୍ କରିବାକୁ ଏଥର ବିଜେପି କରିଛି ରଣନୀତି । ଏଥିପାଇଁ ରାଜ୍ୟକୁ ଡାକିଛି କେନ୍ଦ୍ରୀୟ ନେତାଙ୍କୁ । କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ , ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ବିଜେପି ଦେବ ଚାଷୀ ଭାଇଙ୍କୁ ଶୁଭ ସନ୍ଦେଶ । ସେଥିପାଇଁ କଟକ କନ୍ଦରପୁରଠାରେ ହେଉଛି ବିରାଟ କାର୍ଯ୍ୟକ୍ରମ । ତେବେ ବିଜେପିର ଏହି ଆୟୋଜନକୁ କିନ୍ତୁ ହଜମ କରିପାରୁ ନାହାନ୍ତି ବିଜେଡି ନେତା ।

ରାଜ୍ୟ ରାକନୀତିରେ ଭୋଟ୍ ବ୍ୟାଙ୍କ୍ ହେଉଛନ୍ତି କୃଷକ ମାନେ । ତେଶୁ ପରମ୍ପରା ଆଳରେ ଚାଲେ ରାଜନୀତିର ଛକାପଞ୍ଝା । ଏ ଦୌଡରେ କଂଗ୍ରେସ ବି ପଛରେ ନାହିଁ । ପ୍ରତିବର୍ଷ ଭଳି କଂଗ୍ରେସ୍ ମଙ୍ଗୁଆଳ ବି ଅକ୍ଷିମୁଠି ଅନୁକୂଳ କରିବେ । ଏଥର କଂଗ୍ରେସ ବାଚିଛି ଭୁବନେଶ୍ୱର ଉପକଂଠ ବାଳକାଟି । ତେବେ ଅକ୍ଷୟ ତୃତୀୟା ନାଁ ରେ ବିଜେପିର କେନ୍ଦ୍ରମନ୍ତ୍ରୀ ନିମନ୍ତ୍ରଣଳୁ କଂଗ୍ରେସ କରିଛି ସମାଲୋଚନା ।

ଚର୍ଚ୍ଚା ହେଉଛି, ଅକ୍ଷୟ ତୃତୀୟା ଆୟୋଜନ ପାଇଁ ତିନି ଦଳର ଏ ତତ୍ପରତା ପଛରେ ରହିଛି କୃଷକ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ।