ଭିନ୍ନ ଢଙ୍ଗରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି, ବୀର ପାଇଲଟ ଅଭିନନ୍ଦନଙ୍କୁ ସ୍ୱାଗତ! ଅଟୋ ଡ୍ରାଇଭର ସୁକାନ୍ତ ଗୋଟିଏ ଦିନ ପାଇଁ ଯାତ୍ରୀଙ୍କୁ ବୁଲାଇଲେ ମାଗଣାରେ

74

କନକ ବ୍ୟୁରୋ : ପୁଲାୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଭାରତ ଫେରିଆସିବା ଖୁସିରେ ଲୋକମାନଙ୍କୁ ମାଗଣା ଅଟୋସେବା ଯୋଗାଉଛନ୍ତି ସୁକାନ୍ତ ଏବଂ ସାଥି । ଭୁବନେଶ୍ୱର ମାଷ୍ଟର କ୍ୟାଂଟିନରେ ୪ଜଣ ସାଥୀଙ୍କ ସହ ଲୋକଙ୍କୁ ବିଭିନ୍ନ ସ୍ଥାନକୁ ମାଗଣାରେ ନେଉଛନ୍ତି ସୁକାନ୍ତ । ଦେଶ ପାଇଁ ବୀରତ୍ୱ ପ୍ରଦର୍ଶନ କରୁଥିବା ସାହସୀ ଯବାନଙ୍କ ପାଇଁ ସେ ଏପରି କରୁଥିବା କହିଛନ୍ତି ସୁକାନ୍ତ ।

ପୁଲାବାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଭାରତ ଫେରିଆସିବା ଖୁସିରେ ଲୋକମାନଙ୍କୁ ମାଗଣା ଅଟୋସେବା ଯୋଗାଉଛନ୍ତି ସୁକାନ୍ତ ଏବଂ ସାଥି । ଭୁବନେଶ୍ୱର ମାଷ୍ଟରକ୍ୟାଟିଂନରେ ୪ଜଣ ସାଥିଙ୍କ ସହିତ ଲୋକମାନଙ୍କୁ ବିଭିନ୍ନ ସ୍ଥାନକୁ ମାଗଣାରେ ନେଇଛନ୍ତି ସୁକାନ୍ତ । ଦେଶ ପାଇଁ ବୀରତ୍ୱ ପ୍ରଦର୍ଶନ କରୁଥିବା ସାହସୀ ଯବାନଙ୍କ ପାଇଁ ଏପରି କରୁଥିବା କହିଛନ୍ତି ସୁକାନ୍ତ ।

ଅଟୋରେ ଲାଗିଛି ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀର ବାର୍ତା । ଲୋକମାନଙ୍କୁ ଡାକି ଡାକି ବସାଉଛନ୍ତି ସୁକାନ୍ତ । ଆଜି ଦିନକ ପାଇଁ ସେମାନଙ୍କୁ ମାଗଣାରେ ଗନ୍ତବ୍ୟସ୍ଥଳରେ ଛାଡୁଛନ୍ତି ସୁକାନ୍ତ ମଲ୍ଲିକ । ପୁଲବାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ପାଇଁ ଏହିପରି ସେବା ଯୋଗାଉଥିବା କହିଛନ୍ତି ସୁକାନ୍ତ । ଫାଇଟର ପାଇଲଟ ଅଭିନନ୍ଦନଙ୍କ ଭାରତ ଫେରିବା ଖୁସି ମଧ୍ୟ ରହିଛି । ତେଣୁ ନିମାପଡାର ସୁକାନ୍ତଙ୍କ ସହିତ ୪ଜଣ ସାଥି ମିଳିତ ଭାବେ ମାଷ୍ଟରକ୍ୟାଂଟିନ ଛକରେ ଲୋକମାନଙ୍କୁ ଏହିପରି ସେବା ଯୋଗାଇଥିଲେ ।ତାଙ୍କ ଠାରୁ ଏହିପରି ସେବା ପାଇଁ ଲୋକମାନେ ମଧ୍ୟ ଖୁସି ଜାହିର କରିଛନ୍ତି । ସହିଦଙ୍କ ପାଇଁ ଏହାଠାରୁ ବଡ ଶ୍ରଦ୍ଧାଞ୍ଜଳି କଣ ହୋଇପାରେ ବୋଲି ସେମାନେ କହିଛନ୍ତି ।