ଅଟୋ ଚାଳକଙ୍କ ପୁଅ ଏବେ କ୍ରିକେଟର । ଭାରତୀୟ ଦଳରେ ପାଇଲେ ସ୍ଥାନ । ସଂଘର୍ଷରୁ ସଫଳତାର ଏକ ଅନନ୍ୟ ଉଦାହରଣ ।

30

 ବୋଲର ମହମ୍ମଦ ସିରାଜଙ୍କ କ୍ୟାରିୟରକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ସାନଦାର ପ୍ରଦର୍ଶନ କରି ସମସ୍ତଙ୍କ ନଜରେ ଆସିଥିଲେ ସିରାଜ । ଯେଉଁଥିପାଇଁ ଭାରତୀୟ ଟିମରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନେଇପାରିଛନ୍ତି ବୋଲର ସିରାଜ । କେବଳ ନ୍ୟାସନାଲ କ୍ରିକେଟ ଟିମରେ ସ୍ଥାନ ବନେଇ ପାରିଛନ୍ତି ତାହା ନୁହେଁ ବରଂ ତାଙ୍କ ପରିବାରକୁ ସମାଜରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବାରେ ସମର୍ଥ ହୋଇଛନ୍ତି ।

ତାଙ୍କ ବାପା ଜଣେ ଅଟୋ ଚାଳକ ଥିଲେ । ପୁଅର ସ୍ୱପ୍ନ ପାଇଁ  ଦିନରାତି ଅଟୋ ଚାଳାଉଥିଲେ । ଗରିବ ଘରରୁ ଏତେ ବଡ  ସ୍ୱପ୍ନ ଦେଖି ସଫଳତା ପାଇବା ସହଜ ନଥିଲା । ପରିବାର ଚଳାଇବା ସହ ପୁଅର ସ୍ୱପ୍ନକୁ ସାକାର କରିବାରେ ଲାଗିପଡିଥିଲେ ସିରାଜଙ୍କ ବାପା ଓ ବଡଭାଇ । ପୁଅର ସଫଳତା ପରେ ତାଙ୍କ ବାପା ଅଟୋ ଚଲେଇବା ଛାଡି ଦେଇଥିଲେ । ସିରାଜଙ୍କ କହିବା ଅନୁସାରେ ହିଁ ତାଙ୍କ ବାପା ଅଟୋ ଚଳେଇବା ଛାଡିଥିଲେ ।

କିନ୍ତୁ ବର୍ତ୍ତମାନ ଖବର ଆସୁଛି, ତାଙ୍କ ବଡ଼ ଭାଇ ବି ଚାକିରୀ ଛାଡି ସିରାଜଙ୍କ ମ୍ୟାନେଜର ଭାବେ କାମ କରୁଛନ୍ତି । ପୂର୍ବରୁ ଏକ ଛୋଟ କମ୍ପାନୀରେ ତାଙ୍କ ବଡ଼ ଭାଇ କାମ କରୁଥିଲେ । କିନ୍ତୁ ଏବେ ସେ ଚାକିରୀ ଛାଡି ସିରାଜଙ୍କ ମ୍ୟାନଜର ଭାବେ କାମ କରୁଛନ୍ତି । ମହମ୍ମଦ ସିରାଜଙ୍କ ପରିବାର ହାଇଦ୍ରାଦରେ ରୁହନ୍ତି ।  ଅତି ଗରିବ ପରିବାରରୁ  ଜନ୍ମ ନେଇଥିଲେ ସିରାଜ ।

ସିରାଜର ସଫଳତା ପାଇଁ ମୁଁ ବହୁତ ଖୁସି । ଯେତେବେଳେ ଅନେକ ଲୋକ ମୋତେ ଦେଖିକି ସିରାଜର ବଡ଼ ଭାଇ କୁହନ୍ତି, ସେତେବେଳେ ମୁଁ ନିଜକୁ ଗର୍ବ ଅନୁଭବ କରେ ବୋଲି ସିରାଜଙ୍କ ବଡ଼ ଭାଇ କହିଛନ୍ତି ।