ହିରୋ ସାଜିଲେ ଅଟୋଚାଳକ ! ଗାଡିରେ ଛାଡି ଦେଇଥିବା ୫ ଲକ୍ଷ ଟଙ୍କା ଏବଂ ଗହଣା ଭରା ବ୍ୟାଗକୁ ବିଦେଶୀ ଦମ୍ପତ୍ତିକୁ ଫେରାଇଲେ ବିପିନ ।

102

ହିରୋ ସାଜିଲେ ଅଟୋଚାଳକ । ଜଣେ ଅଟୋଚାଳକଙ୍କ ଚରିତ୍ର ୫ ଲକ୍ଷ ଟଙ୍କା ଏବଂ ଗହଣାରେ ଭରା ହୋଇଥିବା ବ୍ୟାଗ ମଧ୍ୟ ବଦଳାଇ ପାରିଲା ନାହିଁ । ଏହି ଅଟୋଚାଳକଙ୍କ ଅଟୋରେ ଜଣେ ବିଦେଶୀ ଦମ୍ପତ୍ତି ଯାତ୍ରା କରିଥିଲେ । ସେମାନେ ଭୁଲବଶତଃ ସେମାନଙ୍କର ବ୍ୟାଗ ଅଟୋ ରିକ୍ସାରେ ଛାଡି ଚାଲିଯାଇଥିଲେ ।

ଅଟୋରିକ୍ସାର ଚାଳକ ବିପିନ ଭାଇ ପଟେଲ ଗୁରୁବାର ଏକ କଳାରଙ୍ଗର ବ୍ୟାଗ ନିଜ ଅଟୋର ପଛ ସିଟରେ ପଡିଥିବା ଦେଖିବାକୁ ପାଇଥିଲେ । ପଟେଲ ଏହା ପରେ ବ୍ୟାଗଟିକୁ ପୋଲିସକୁ ହସ୍ତାନ୍ତର କରିଥିଲେ ଏବଂ ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହା ପରେ ପୋଲିସ ବ୍ୟାଗର ମାଲିକ ଜୁଲଫିକାର ଲାକଡାବାଲା ଏବଂ ରଚନା ଲାକଡାବାଲାଙ୍କୁ ଖୋଜି ପାଇଥିଲେ । ଏବଂ ବ୍ୟାଗଟିକୁ ସେମାନଙ୍କୁ ହସ୍ତାନ୍ତର କରିଥିଲେ ।

ଏହି ଦୁଇ ବିଦେଶୀ ଦମ୍ପତ୍ତି ୨୦୦୨ ମସିହାରୁ ଲଣ୍ଡନରେ ରହୁଛନ୍ତି । ତେବେ ବ୍ୟାଗ ହରାଇବାର କିଛି ସମୟ ପରେ ହିଁ ସେମାନେ ଏହି ବିଷୟରେ ଜାଣିପାରିଥିଲେ । କିନ୍ତୁ ବ୍ୟାଗଟିକୁ ଫେରି ପାଇବାର ସମସ୍ତ ଆଶା ସେମାନେ ହରାଇ ସାରିଥିଲେ । ଯେତେବେଳେ ପୋଲିସ ନିକଟରୁ ସେମାନେ ବ୍ୟାଗ ବାବଦରେ ସୂଚନା ପାଇଥିଲେ, ସେତେବେଳେ ସେମାନେ ଖୁସିରେ ବିଭୋର ହୋଇଉଠିଥିଲେ । ପୋଲିସ ସମେତ ଏହି ବିଦେଶୀ ଦମ୍ପତ୍ତି ମଧ୍ୟ ସମ୍ପୃକ୍ତ ଅଟୋ ଚାଳକଙ୍କର ପ୍ରଂଶସା କରିଛନ୍ତି । ଏଭଳି କାର୍ଯ୍ୟ ଦ୍ୱାରା ଅଟୋଚାଳକ ଆଜି ସମାଜରେ ହିରୋ ସାଜିଛନ୍ତି ।