ଅନଲାଇନ ଅଟୋ ଚଳାଚଳକୁ ବିରୋଧ: ଅଟୋ ଚାଳକ ମହାସଂଘର ୧୨ ଘଂଟିଆ ଅଟୋ ବନ୍ଦ

33

 ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅନଲାଇନରେ ଅଟୋ ସେବାକୁ ବିରୋଧ । ଏହାକୁ ବିରୋଧ କରି ଆଜି ୧୨ ଘଂଟିଆ ବନ୍ଦ ପାଳନ କରୁଛି ଅଲ ଓଡିଶା ଅଟୋ ଚାଳକ ମହାସଂଘ । ଅଟୋ ସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇଛି ଟ୍ୟାକ୍ସି ମହାସଂଘ । ଫଳରେ ସାରା ରାଜ୍ୟରେ ପ୍ରାୟ ଦେଢ ଲକ୍ଷ ଅଟୋ ଓ ଟ୍ୟାକ୍ସି ଚଳାଚଳ ଆଜି ସକାଳୁ ବନ୍ଦ ରହିଛି । ଅନଲାଇନ ଅଟୋ ଚଳାଚଳ ଓ ଘରୋଇ କମ୍ପାନିଙ୍କ ପ୍ରବେଶ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ଅନଲାଇନ ଅଟୋ ସେବା ବିରୋଧରେ  ଗତମାସ୨୧ ତାରିଖରେ ଭୁବନେଶ୍ୱର ଅଟୋରିକ୍ସା ମହାସଂଘ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।